
ନୟାଗଡ଼: ବର୍ତ୍ତମାନ ଦେଶରେ ଜେନ ଜି ମାନଙ୍କର ସ୍ଥିତି ଓ ଭବିଷ୍ୟତ ପରିସ୍ଥିତି ସମ୍ପର୍କରେ ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଛାତ୍ର ବିଜେଡ଼ି ପକ୍ଷରୁ ଏକ ବିଶାଳ କର୍ମଶାଳା ତଥା ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଅଛି।ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ଦେଶରେ ଜେନ ଜି ମାନଙ୍କର ସ୍ଥିତି , ଭବିଷ୍ୟତ, ଦେଶରେ ଦରଦାମର ଅହେତୁକ ବୃଦ୍ଧି, ବିଭିନ୍ନ ପରୀକ୍ଷାର ପେପର ଲିକ୍, ଖଣି ପ୍ରସଙ୍ଗ, ପାଠ୍ୟ ପୁସ୍ତକ ତ୍ରୁଟି ସହିତ ଅନେକ ପ୍ରସଙ୍ଗରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଫଳତା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ଦେଶର ଯୁବଗୋଷ୍ଠୀ ବା ଜେନ ଜି ସାଂପ୍ରତିକ ପରିସ୍ଥିତିରେ ନିଜେ ନିଜର ନିଷ୍ପତି ନେବା ଆବଶ୍ୟକ ଓ ଛାତ୍ର ସଂଗଠନ କିପରି ମଜଭୁତ ହେବ ତାପାଇଁ କାର୍ଯ୍ୟ କରିବାକୁ ବିଧାୟକ ଶ୍ରୀଯୁକ୍ତ ସାହୁ ଛାତ୍ରନେତାଙ୍କୁ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ ସରୋଜ ରଣସିଂ, ସୁବାସ ଚନ୍ଦ୍ର କହଁର, ଜିଲ୍ଲା ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ଛାତ୍ର ବିଜେଡି ଜିଲ୍ଲା ସଭାପତି ଅମରେଶ୍ୱର ଜେନା, ନୀଳ ମାଧବ ପଣ୍ଡା, ଭଞ୍ଜକିଶୋର ମହାପାତ୍ର, ବିଭୁପ୍ରସାଦ ସାହୁ ପ୍ରମୁଖ ଯୁବନେତା ଉପସ୍ଥିତ ଥିଲେ।
