
କୋଟପାଡ଼ : କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ମହା ଆଡମ୍ବରରେ ପାଳିତ କରାଯାଇଛି l ଏହି ଅବସରରେ ପ୍ରାତଃ ସମୟରେ ରାମଧୁନ, ପ୍ରଭାତ ଫେରି ସାରି ପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଜାତୀୟ ପତ୍ତାକା ଉତ୍ତୋଳନ ପରିଷଦ ଅଧ୍ୟକ୍ଷ ଏମ. ଶଙ୍କର ରାଓଙ୍କ ଦ୍ୱାରା କରାଯାଇଥିଲା l ପରିଷଦ କାର୍ଯ୍ୟାଳୟ କର୍ମଚାରୀ, ୱାର୍ଡ ସଭ୍ୟ /ସଭ୍ୟା, ସ୍ୱଂ-ସହାୟକ ଗୋଷ୍ଠୀ, ସ୍ୱଚ୍ଛ ସାଥୀ ଏବଂ ବିଦ୍ୟାର୍ଥୀ ସହର ପରିକ୍ରମା କରିବା ସହିତ ଅଞ୍ଚଳରେ ସ୍ଥାପିତ ମହାପୁରୁଷ, ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲl l ଅନ୍ୟ ପକ୍ଷରେ ହାଟ ପଦାରେ ଦୋକାନ ଗୃହର ଶିଳାନ୍ୟାସ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ମୁଖରେ ପାର୍କିଂସ୍ଥଳ ଏବଂ ହାଇମେକ୍ସ ଲାଇଟ ର ଉଦ୍ଘାଟନ କରାଯାଇଛି l ହାଟପଦା ସ୍ଥିତ କଲ୍ୟାଣ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି l
