ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ସ୍ୱାମୀ

Independence

ପୁରୀ: ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଆଲାମଚଣ୍ଡି ଅଞ୍ଚଳରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ନାମ ସରୋଜିନୀ ମଲ୍ଲିକ ଏବଂ ତାଙ୍କ ସ୍ୱାମୀ, ଅଭିଯୁକ୍ତ ବିକ୍ରମ କୁମାର ମଲ୍ଲିକ (୩୭) ବୋଲି ଜଣାପଡିଛି।

ରିପୋର୍ଟ ଅନୁଯାୟୀ, ବୁଧବାର ସନ୍ଧ୍ୟା ପ୍ରାୟ ୭:୫୦ ସମୟରେ ପୋଲିସକୁ ଘଟଣା ବିଷୟରେ ସୂଚନା ମିଳିଥିଲା। ଏହା ପରେ କୁମ୍ଭାରପଡ଼ା ଥାନାର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ଗୁରୁତର ଆହତ ମହିଳାଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ପୁରୀର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ମହିଳାଙ୍କୁ ଭୁବନେଶ୍ୱରର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା।

ଘଟଣାର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ପାରିବାରିକ ବିବାଦ କାରଣରୁ ବିକ୍ରମ ତାଙ୍କ ପତ୍ନୀଙ୍କୁ ଜାଳି ଦେଇଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ପୀଡିତାଙ୍କ ପରିବାର ପକ୍ଷରୁ କୁମ୍ଭାରପଡ଼ା ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଥିଲା। ଯାହା ପରେ ତାଙ୍କୁ ଅଧିକ ପଚରାଉଚରା ପାଇଁ ଅଟକ ରଖାଯାଇଥିଲା। ଏପଟେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.