ମାଲକାନଗିରିରେ ବନ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ : ଅଟୋରିକ୍ସାରୁ ୧୫୫ଟି ଫ୍ଲାପ୍-ସେଲ୍ଡ କଇଁଛ ଜବତ, ଅଭିଯୁକ୍ତ ଫେରାର

Independence

ମାଲକାନଗିରି, ୨/୯: ବନ୍ୟଜନ୍ତୁ ସୁରକ୍ଷା ଦିଗରେ ମାଲକାନଗିରି ବନ ବିଭାଗ ପକ୍ଷରୁ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଶ୍ୱସନୀୟ ସୂଚନା ଆଧାରରେ ମାଲକାନଗିରି ରେଞ୍ଜ୍‌ର କର୍ମଚାରୀମାନେ ମାଲକାନଗିରି-୧ ବିଟ୍ ଅଧୀନ ତାମସା ଗାଁ ନିକଟରେ ଚଢ଼ଉ କରିଥିଲେ।

ଏହି ସମୟରେ ଏକ ତିନିଚକିଆ ଯାନ (ଅଟୋରିକ୍ସା)ରେ ବେଆଇନ ଭାବେ ପରିବହନ କରାଯାଉଥିବା ୧୫୫ଟି ଫ୍ଲାପ୍-ସେଲ୍ଡ କଇଁଛ ଜବତ କରାଯାଇଛି। ଘଟଣା ସମ୍ପର୍କରେ ବନ ବିଭାଗ ପକ୍ଷରୁ ଏକ ୟୁଡି ମାମଲା ରୁଜୁ କରାଯାଇଛି।

ତେବେ ଚଢ଼ଉ ସମୟରେ ସମ୍ପୃକ୍ତ ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଫେରାର ବ୍ୟକ୍ତିଙ୍କୁ ଚିହ୍ନଟ କରି ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ମାଲକାନଗିରି ବନଖଣ୍ଡ ପକ୍ଷରୁ ବନ୍ୟଜନ୍ତୁ ସୁରକ୍ଷା ଆଇନର ଉଲ୍ଲଂଘନ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଜାରି ରହିବ ବୋଲି କୁହାଯାଇଛି।

ad-week
Leave A Reply

Your email address will not be published.