ନିଶାସକ୍ତ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ, ଦୁଇ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ

Independence

ବାରିପଦା: ନିଶାରେ ସ୍କୁଲ ଆସିଲେ ଶିକ୍ଷକ! ଆକ୍ସନ ନେଲେ କପ୍ତିପଦା ବିଇଓ। କାର୍ଯ୍ୟରେ ଅବହେଳା ଏବଂ ନିୟମ ଉଲ୍ଲଂଘନ ପାଇଁ ଜଣେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିବା ସହିତ ଦୁଇ ଜଣଙ୍କ ଦରମା ବନ୍ଦ କରିଛନ୍ତି ବିଇଓ। ଏହା ସହିତ ଜଣେ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବିଇଓ ପାନମଣି ବେସ୍ରା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଭୂତାସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାତାଲ ଅବସ୍ଥାରେ ସ୍କୁଲ ଆସିଥିବାରୁ ତାଙ୍କୁ ନିଲମ୍ବିତ କରାଯିବା ସହ ଦରମା ବନ୍ଦ କରାଯାଇଛି ।

ସେହିପରି ନିଶାସକ୍ତ ଅବସ୍ଥାରେ ଆସିଥିବାରୁ ଗଜାଆମ୍ବ ବିଦ୍ୟାଳୟର ସହକାରୀ ଶିକ୍ଷକ ବାପି ହେମ୍ବ୍ରମ ଏବଂ କାଠଚୁଆ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମ ଚନ୍ଦ୍ର ହାଁସଦାଙ୍କର ମଧ୍ୟ ଦରମା ବନ୍ଦ କରାଯାଇଛି । ଏହାବ୍ୟତୀତ ବିନା କାରଣରେ ତିନି ଦିନ ଅନୁପସ୍ଥିତ ଥିବାରୁ କାଠଚୁଆ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସରୋଜ କରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବିଇଓଙ୍କ ଏହି ଆକ୍ସନ ପରେ ଶିକ୍ଷକଙ୍କ ମହଲରେ ଭୟ ସୃଷ୍ଟି ହୋଇଛି।

ad-week
Leave A Reply

Your email address will not be published.