ଭାଙ୍ଗିଲା ସୁବର୍ଣ୍ଣରେଖା ସୁଇସ୍ ଗେଟ୍‌, ଗାଆଁକୁ ପଶୁଛି ବନ୍ୟା ପାଣି

Independence

ଜଳେଶ୍ୱର : ଭାଙ୍ଗିଲା ସୁଇସ୍ ଗେଟ୍, ଗାଁରେ ପଶିଲା ବନ୍ୟା ପାଣି । ସୁବର୍ଣ୍ଣରେଖା ନଦୀର ବନ୍ୟା ପାଣି ପ୍ରଖର ସ୍ରୋତ ରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଆଉସା ବନ୍ଧ ପୋଲର ଥିବା ଗେଟରେ ବିରାଟ ଫାଟ ସୃଷ୍ଟି ହୋଇଛି । ୪ ଘଣ୍ଟା ଧରି ଗାଆଁକୁ ପଶୁଛି ବନ୍ୟା ପାଣି । ସୁବର୍ଣ୍ଣରେଖା ନଦୀର ତୃତୀୟ ବନ୍ୟା ପାଣି ଗୋଟିଏ ଗେଟରେ ଫାଟ ସୃଷ୍ଟି ହୋଇ ଗାଁ ଭିତରକୁ ପଶୁଛି । ସମ୍ପୂର୍ଣ୍ଣ ଗେଟ ଭାଙ୍ଗିଲେ ଭୋଗରାଇ ବ୍ଳକର ୬ ଟି ପଞ୍ଚାୟତରେ ପାଣି ପଶିବା ନେଇ ଆଶଙ୍କା କରାଯାଉଛି । ଗୋଟେ ପଟେ ନଦୀର ପାଣି ଯଦିଓ କମୁଛି ହେଲେ ଏବେ ବି ବିପଦ ସଂକେତ ଉପରେ ପାଣି ପ୍ରବାହିତ ହେଉଛି । ଏହାର ପ୍ରଭାବରେ ଏବେ ପାଣିର ଅଧିକ ଚାପ ସୃଷ୍ଟି ହୋଇ ଫଟା ଗେଟ ଦେଇ ପାଣି ପ୍ରବଳ ମାତ୍ରାରେ ନଦୀ ବନ୍ଧ ଭିତରକୁ ପାଣି ପ୍ରବେଶ କରୁଛି ଯାହାକୁ ଦେଖି ଲୋକେ ଆତଙ୍କିତ ହୋଇ ରହିଛନ୍ତି ।

ad-week
Leave A Reply

Your email address will not be published.