ରଘୁ ଦିବାକର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ରଣପୁର ବ୍ଲକ ଅଧ୍ୟକ୍ଷା

Independence

ନୟାଗଡ଼ (ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ଶିକ୍ଷା ବ୍ଲକ ଅନ୍ତର୍ଗତ କନ୍ଧନୟାଗଡ଼ ପଞ୍ଚାୟତ ଅଧିନସ୍ଥ ରଘୁ ଦିବାକର ଉଚ୍ଚ ବିଦ୍ୟାଳୟ କୁ ଗୁରୁବାର ଦିନ ଅପରାହ୍ନ ସମୟରେ ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ପରିଦର୍ଶନ କରିଛନ୍ତି । ୧୯୬୮ମସିହାରେ ନିର୍ମିତ ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୪୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ପାଠ ପଢନ୍ତି । ଏହି ବିଦ୍ୟାଳୟର ପାଚିରୀଟି ଦୀର୍ଘ ଦିନର ହୋଇ ଥିବାରୁ ଏହାର ମରାମତି ଓ ପୁରାତନ ଗୃହର ପୁନଃରୁଦ୍ଧାର କରିବା ପାଇଁ ବିଦ୍ୟାଳୟ ପକ୍ଷରୁ ମଣ୍ଡଳ ଉର୍ନ୍ନୟନ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରା ଯାଇଥିଲା। ତେଣୁ ଆଜି ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା , ନୟାଗଡ଼ ଜିଲ୍ଲା ବିଜେପି ସଭାପତି ତାପସ ମାର୍ଥା, ରଣପୁର ମଣ୍ଡଳ ଉର୍ନ୍ନୟନ ଅଧିକାରୀ ମନୋଜ କୁମାର ନାୟକ,ସହକାରୀ ଯନ୍ତ୍ରୀ ଶଶୀରେଖା ଜେନା,କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରା, ରଘୁ ଦିବାକର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରସ୍ବତୀ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ବିମଳ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଅଧ୍ୟକ୍ଷା ଶ୍ରୀମତୀ ବେହେରା ନିଜ ପାଣ୍ଠିରୁ ଅର୍ଥ ଦାନ କରି ଖୁବ ଶୀଘ୍ର ପାଚିରୀ ଓ ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇ ଥିଲେ ।

ad-week
Leave A Reply

Your email address will not be published.