ସି ଏମ -କିଷାନ ଯୋଜନାରେ ଚାଷୀଙ୍କୁ ସହାୟତା ପ୍ରଦାନ କଲେ ସରକାର…

Independence

କୋରାପୁଟ:-04/09/26:— ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରସ୍ଥିତ ଓୟୁଏଟିର କୃଷି ଶିକ୍ଷା ସଦନଠାରେ ସିଏମ୍-କିଷାନ ରବି 2026-27 ର 5ମ କିସ୍ତିର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ରାଜ୍ୟର ବିଭିନ୍ନ ସ୍ଥାନରେ କରାଯାଇଥିବା ବେଳେ କୋରାପୁଟ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସଦଭାବନା ସଭାଗୃହ, କୋରାପୁଟଠାରେ ଅନୁଷ୍ଠିତ ହୋଇଥିଲା।


ଏହି କାର୍ଯ୍ୟକ୍ରମରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ, କୋରାପୁଟ ରଘୁରାମ ମାଛ, ସ୍ୱତନ୍ତ୍ର ଉନ୍ନୟନ କମିଟି ଅଧ୍ୟକ୍ଷ ଭଗବାନ ମୁଦୁଲି, ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଭବାନୀ ଶଙ୍କର ମହାପାତ୍ର, ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷି ଅନ୍ତର୍ଯ୍ୟାମୀ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ, ଜଳବିଭାଜିକା ଉନ୍ନୟନ ବିଭାଗ ଅଶୋକ ସେନାପତି, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକଙ୍କ ସମେତ କୃଷି ଓ ଆନୁଷଙ୍ଗିକ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକରୁ 100 ଜଣ ଚାଷୀ ମଧ୍ୟ ଏଠାରେ ସାମିଲ ହୋଇଥିଲେ l
ସିଏମ୍-କିଷାନ ଯୋଜନା ଅଧୀନରେ କୋରାପୁଟ ଜିଲ୍ଲାର 14ଟି ବ୍ଲକର ମୋଟ 88,289ଜଣ ଚାଷୀଙ୍କୁ 17 କୋଟି 88 ଲକ୍ଷ 82 ହଜାର 500 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।
ଏଥିମଧ୍ୟରୁ 87,281 ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ 17 କୋଟି 44ଲକ୍ଷ 62 ହଜାର ଟଙ୍କା ଏବଂ 1008 ଜଣ ଭୂମିହୀନ କୃଷି ପରିବାରଙ୍କୁ 43 ଲକ୍ଷ 20ହଜାର 500 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଚାଷୀଙ୍କ ଆର୍ଥିକ ସଶକ୍ତିକରଣ ଓ କୃଷି କ୍ଷେତ୍ରର ବିକାଶ ଦିଗରେ ସିଏମ୍-କିଷାନ ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ପ୍ରକାଶ କରିଥିଲେ।

ad-week
Leave A Reply

Your email address will not be published.