
ନୟାଗଡ଼,୦୪/୦୯(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ଶିକ୍ଷା ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସ୍ଥିତ ନିୟୁ ସେଣ୍ଟ ଜାଭିୟର ବିଦ୍ୟାଳୟର ଅଧ୍ୟକ୍ଷ ଆଲୋକ ପ୍ରସାଦ ମହାପାତ୍ରଙ୍କ
ଆବାହକତ୍ୱରେ ଶୁକ୍ରବାର ଦିନ ବିଦ୍ୟାଳୟ ପରିସରରେ ଧୂମଧାମରେ ପବିତ୍ର ଜନ୍ମାଷ୍ଟମୀ ପାଳିତ ହୋଇଯାଇଅଛି l ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୨୬୦ ଜଣ ଛାତ୍ର, ଛାତ୍ରୀଙ୍କ ମଧ୍ୟରୁ ୧୫୦ଜଣ ଛାତ୍ରଛାତ୍ରୀ ମାନେ କୃଷ୍ଣ, ରାଧା, ସୁଦାମା ଓ ଗୋପୀ ବେଶ ଧାରଣ କରି ମନୋରଞ୍ଜନ ଧର୍ମୀ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟ ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଭାରତୀୟ ସଂସ୍କୃତି, ନୈତିକ ମୂଲ୍ୟବୋଧ ଏବଂ ଏକତା ବିଷୟରେ ଶିକ୍ଷା ଦେବା। ଏହା ଦ୍ଵାରା ପିଲାମାନେ ଶ୍ରୀକୃଷ୍ଣଙ୍କ ଜୀବନୀ ଓ ତାଙ୍କ ଆଦର୍ଶ ବିଷୟରେ ଜାଣିବାକୁ ପାଇଥାନ୍ତି।

ଏହି ପରି କାର୍ଯ୍ୟକ୍ରମ ଅୟୋଜନ ଦ୍ବାରା ଛାତ୍ରଛାତ୍ରୀମାନଙ୍କୁ ଭାରତୀୟ ପରମ୍ପରା, ରୀତିନୀତି ଏବଂ ପୌରାଣିକ ଇତିହାସ ସହିତ ପରିଚିତ କରାଇବା।ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଏବଂ ଭଗବଦ୍ ଗୀତାର ଉପଦେଶ ମାଧ୍ୟମରେ ପିଲାମାନଙ୍କୁ ଅଧର୍ମ ଉପରେ ଧର୍ମର ବିଜୟ ଏବଂ ସତ୍ୟର ମାର୍ଗରେ ଚାଲିବାର ଶିକ୍ଷା ଦେବା । ବିଦ୍ୟାଳୟରେ ସମସ୍ତ ପିଲା ଏକାଠି ହୋଇ ଏହି ପର୍ବ ପାଳନ କରିବା ଦ୍ଵାରା ସେମାନଙ୍କ ମଧ୍ୟରେ ଭାଇଚାରା ଭାବନା ଜାଗ୍ରତ ହୁଏ l ଆୟୋଜିତ ହେଇଥିବା ବିଭିନ୍ନ ନୃତ୍ୟ, ଓ ଶ୍ରୀକୃଷ୍ଣ ବେଶ ପ୍ରତିଯୋଗିତା ଦ୍ଵାରା ପିଲାମାନଙ୍କର ପ୍ରତିଭା ବିକାଶ ହୁଏ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ଆଲୋକ କୁମାର ମହାପାତ୍ର ସମସ୍ତ ଅବିଭାବକ ଓ ଛାତ୍ର, ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଜାତା ତ୍ରିପାଠୀ, ଲଷ୍ମୀପ୍ରିୟା କାଳସୀ, ଜ୍ୟୋସ୍ନା ମୟୀ ଭଞ୍ଜ ଓ ସସ୍ମିତା ବେହେରାଙ୍କ ସମେତ ସମସ୍ତ କର୍ମଚାରୀ ମାନେ ସହଯୋଗ କରି ପରିଚାଳନା କରିଥିଲେ ।
