ଗୁରୁଦିବସ ପୂର୍ବରୁ ଆମ୍ବୁଲାନ୍ସ–ସ୍କୁଟି ମୁହାଁମୁହିଁ ଧକ୍କାରେ ଚାଲିଗଲା ଗୁରୁଙ୍କ ଜୀବନ…

Independence

ମାଲକାନଗରି : ଆମ୍ବୁଲାନ୍ସ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ରେ ଚାଲିଗଲା ଗୁରୁଙ୍କ ଜୀବନ । ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ । ମୃତକ ହେଲେ ୫୭ ବର୍ଷୀୟ ଅନୁରାମ ନାୟକ । ସୂଚନା ଅନୁଯାୟୀ, ଅନୁରାମ ନାୟକ ମାଥିଲି ବ୍ଲକ୍ ଅନ୍ତର୍ଗତ ମେକା ଗ୍ରାମପଞ୍ଚାୟତର ବିଜାପଦର୍ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ଆଜି ସକାଳ ପ୍ରାୟ ୧୦ଟା ସମୟରେ ନିଜ ସ୍କୁଟି( OD 30 G 8724 )ଯୋଗେ ନିଜ ଗାଁ କାଳିଆଗୁଡା ଅଭିମୁଖେ ଫେରୁଥିବା ବେଳେ ନୂଆଗୁଡ଼ ଓ ସାଲମି ରାସ୍ତା ମଝିରେ ଥିବା ଏକ ମୋଡ଼ରେ ଏକ ଆମ୍ବୁଲାନ୍ସ( OD 02 DH 7108 )ସହ ତାଙ୍କ ସ୍କୁଟିର ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ, ଅନୁରାମ ରାସ୍ତା ଉପରେ ଗୁରୁତର ଭାବେ ପଡ଼ିଯାଇଥିଲେ । ଘଟଣା ଦେଖି କିଛି ଗ୍ରାମବାସୀ ତୁରନ୍ତ ତାଙ୍କୁ ଉଦ୍ଧାର କରି ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ।ସେଠାରେ ଡାକ୍ତର ପରୀକ୍ଷା କରି ଅନୁରାମ ନାୟକଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଚାଳକ ନିଜେ ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଶିକ୍ଷକ ହନୁରାମ ନାୟକଙ୍କ ଅକାଳ ବିୟୋଗରେ ଅଞ୍ଚଳ ଓ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି। ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏବଂ ଆମ୍ବୁଲାନ୍ସର ଗତି ସମ୍ପର୍କରେ ପୋଲିସ ପକ୍ଷରୁ ତଦନ୍ତ କରାଯାଉଥିବା ଜଣାପଡ଼ିଛି ।

ad-week
Leave A Reply

Your email address will not be published.