
ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ବାଉଁଶିଆପଡ଼ା ନିକଟରେ ବଡ଼ ଧରଣର ବସ୍ ଦୁର୍ଘଟଣା। ଗଛକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି ଅନ୍ନପୂର୍ଣ୍ଣା ନାମକ ଏକ ଘରୋଇ ବସ୍। ଭୁବନେଶ୍ୱରରୁ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ବସ୍ଟି ନୟାଗଡ଼ ଅଭିମୁଖେ ଆସୁଥିବା ସମୟରେ ବାଉଁଶିଆପଡ଼ା ନିକଟରେ ହଠାତ୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ପ୍ରାୟ ସମସ୍ତ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଡ୍ରାଇଭର୍ ଚିପି ହୋଇ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଆହତମାନଙ୍କୁ ଉଦ୍ଧାର କରାଯାଇ ନୟାଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ଗୁରୁତରଙ୍କ ଅବସ୍ଥା ଦେଖି ଡାକ୍ତର ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିଛନ୍ତି। ଦୁର୍ଘଟଣା ପରେ ଇଟାମାଟି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ବସ୍ଟି କେଉଁ କାରଣରୁ ଗଛକୁ ଧକ୍କା ଦେଲା, ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ।
