ଗଞ୍ଜାମ ଜିଲ୍ଲା ରେ ରାଜସ୍ୱ ଓ ଖଣି ବିଭାଗର ପୁଷ ମାସ….!

ନୂତନ ସରକାର ରେ ବାବୁ ମାନେ ଜଣେ ଜଣେ କୁବେର ….!

Independence


ବ୍ରହ୍ମପୁର: ନୂତନ ସରକାର ଆସିବାର ଦୁଇ ବର୍ଷରୁ ଅଧିକ ହେଲାଣି ବାଲି ଓ ପଥର ଖାଦାନ ଗୁଡିକର ଲିଜ ହୋଇନାହିଁ। ଗଞ୍ଜାମ ଜିଲ୍ଲାରେ ଥିବା ବିଭିନ୍ନ ପଥର ଖାଦାନ ଓ ବାଲି ଘାଟ ଗୁଡିକର ଲିଜ ହୋଇନାହିଁ। ଲିଜ ହୋଇନଥିବାର ସୁଯୋଗ ପ୍ରଶାସନ ନେଉଛି। ରାଜସ୍ୱ ଓ ଖଣି ବିଭାଗର କିଛି ଅଧିକାରୀ ଓ କର୍ମଚାରୀ ମାନଙ୍କ ପାଖକୁ ମାଫିଆ ମାନଙ୍କ ପକ୍ଷରୁ ସିଂହ ଭାଗ ଯାଉଥିବା ଚର୍ଚ୍ଚା ହେଉଛି। ପ୍ରଶାସନ କୁ ହାତବାରିଷି କରି ମୋରମ, ବାଲି ଓ ପଥର ମାଫିଆ ମାନେ ସରକାର ଖଜଣା ଲୁଟୁଛନ୍ତି। ସରକାରଙ୍କ ରାଜସ୍ବ ବାବଦକୁ ଲକ୍ଷ ଲକ୍ଷ ଟଙ୍କା କ୍ଷତି ହେଉଥିବା ବେଳେ ବାବୁ ଓ ମାଫିଆ ମାନେ ମାଲା ମାଲ

( ଦୀପ ତଳ ଅନ୍ଧାର ଖଣି ମନ୍ତ୍ରୀ ଙ୍କ ଜିଲ୍ଲା..! )

ହେଉଥିବା ଆଲୋଚନା ହେଉଛି। ଗଞ୍ଜାମ ଜିଲ୍ଲାରେ ଆଗାମୀ ଦିନରେ ମୋରମ ଓ ପଥର ଦେଖିବା କୁ ମିଳିବ ନାହିଁ ବୋଲି ପରିବେଶ ବିତ୍ତ ମାନେ ମତ ପ୍ରକାଶ କରିଛନ୍ତି। ସୂଚନା ଥାଉକି ଜିଲ୍ଲାର କନିସୀ, ଦିଗପହଣ୍ଡି, ଆସିକା ଭଞ୍ଜନଗର ଆଦି ଅଞ୍ଚଳ ରେ ମାଳ ମାଳ କ୍ରସର ଖଣି ବିଭାଗ ସବୁ ଜାଣି ନିରବ ସରକାରୀ ନିୟମ ସବୁ କାଗଜ ରେ ସିମ୍ମିତ କହିଲେ କିଛି ଭୁଲ ହେବ ନାହିଁ ସରକାରୀ ନିୟମ ଅଲଗା ବାବୁ ମାନଙ୍କ ନିୟମ ଅଲଗା l ଜିଲ୍ଲା ରେ ଆଉ କିଛି ଦିନ ପରେ ପାହାଡ଼ ଦେଖିବାକୁ ମିଳିବନି ବୋଲି ବୁଦ୍ଧିଜୀବୀ ମତ ଦେଲେଣି l ସହର ଦେଇ ଅଭର ଲର୍ଡିଙ୍ଗ ପଥର ବୋଝଇ ଗାଡି ରାତି ସାରା ପଡୋଶୀ ଆନ୍ଦ୍ରପ୍ରଦେଶ କୁ ଚୋରା ଚାଲାଣ ହେଉଛି ପୋଲିସ ଏବଂ ଆର ଟି ଓ ଅଧିକାରୀ ମାନେ ମୋଟା ଅଙ୍କର ଘୁସ ନେଇ ଚୁପ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ସ୍ଥାନୀୟ ବଡବଜାର ଥାନା ଏବଂ ଗୋଳନ୍ଥରା ଥାନା ଦେଇ ରୀତି ମତ ଚୋରା ପଥର ଗାଡି ଚାଲାଣ ହେଉଛି l ମାଇନିଙ୍ଗ ବିଭାଗ ବର୍ତ୍ତମାନ ସରକାର ଙ୍କ ଏଜେଣ୍ଟ ପରି କାମ କରୁଥିବା ଦେଖିବାକୁ ମିଳୁଛି l ଜିଲ୍ଲା ରେ ବେଆଇନ କ୍ରସର ୟୁନିଟ ମାଳ ମାଳ ମୁଖ୍ୟତଃ କନିସୀ ତହସିଲ ଅଞ୍ଚଳ ରେ ଦେଖିବାକୁ ମିଳୁଛି l ଲୋକେ ଅଭିଯୋଗ କଲେ ମାଫିଆ ମାନଙ୍କ ଆକ୍ରୋଶ ଶିକାର ହେବାକୁ ପଡୁଛି ବୋଲି ଲୋକେ ଅଭିଯୋଗ ବାଢ଼ି ଲେଣି l ତେଣୁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଏଥି ପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବୀ ହେଉଛି

ad-week
Leave A Reply

Your email address will not be published.