
ମୟୂରଭଞ୍ଜ: ଫୁଟବଲ ଖେଳିଲା ହାତୀ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁରରେ ଥମୁନି ହାତୀ ଉପଦ୍ରବ । ରାତିରେ ଚାଷଜମିରେ ପଶି ଫସଲ ନଷ୍ଟ କରିବା ସହ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଗତକାଲି ହାତୀଟି ଏକ ଟ୍ରାକ୍ଟରକୁ ଆଣି ଭାଙ୍ଗିଥିଲା । ପରେ ଅମରପଦା ପଞ୍ଚାୟତ ବାଉଶୁଳିରେ ପିଲାମାନେ ଖେଳୁଥିବାବେଳେ ପଡିଆ ଭିତରକୁ ପଶିଥିଲା ହାତୀ । ଫଳରେ କିଛି ସମୟ ଧରି ହାତୀଟି ଫୁଟବଲ ଖେଳିଥିଲା । ଗତକାଲି ରାତିରେ ଏକ ହାତୀ ଚାଷଜମି ନିକଟରେ ପହଞ୍ଚି ଉପଦ୍ରବ କରିଥିଲା । ଏପରିକି ହାତୀଟି ଏକ ଟ୍ରାକ୍ଟରକୁ ଟାଣି ଆଣି ଭାଙ୍ଗି ଦେଇଥିବା ଜଣାପଡ଼ିଛି । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି।
ତେବେ ଏହାରି ମଧ୍ୟରେ ହାତୀର ଏକ ଅଜବ କାରନାମା ସାମ୍ନାକୁ ଆସିଛି । ଅମରପଦା ପଞ୍ଚାୟତ ଅନ୍ତର୍ଗତ ବାଉଶୁଳି ଅଞ୍ଚଳରେ ପିଲାମାନେ ଫୁଟବଲ ଖେଳୁଥିବା ସମୟରେ ହଠାତ୍ ପଡ଼ିଆ ଭିତରକୁ ପଶି ଆସିଥିଲା ଏକ ହାତୀ । ହାତୀକୁ ଦେଖି ପିଲାମାନେ ଭୟରେ ଦୌଡ଼ି ପଡ଼ିଆ ଛାଡ଼ିଥିଲେ । ପରେ ହାତୀଟି ପଡ଼ିଆରେ ଥିବା ଫୁଟବଲ ନିକଟକୁ ଯାଇଥିଲା । କିଛି ସମୟ ଧରି ହାତୀଟି ଶୁଣ୍ଢରେ ବଲ୍କୁ ଠେଲିବା ସହ ଏପଟ ସେପଟ କରିଥିଲା । ଫଳରେ ହାତୀଟି ଫୁଟବଲ ଖେଳୁଥିବା ଦୃଶ୍ୟ ସେଠାରେ ଥିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଘଟଣାର ଦୃଶ୍ୟ କେହି ମୋବାଇଲ୍ରେ କଏଦ କରିଥିବା ଜଣାପଡ଼ିଛି ।
