ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବାଲେଶ୍ୱର ଉଠା ଜଳସେଚନ କନିଷ୍ଠ ଯନ୍ତ୍ରୀ ସୁବ୍ରତ ମହାନ୍ତି ଗିରଫ

Independence

ମୟୂରଭଞ୍ଜ : ଲାଞ୍ଚ ନେଇ ଜେଲ୍ ଯାଇଥିଲେ, ଏବେ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ପୁଣି ବନ୍ଧା ହେଲେ କନିଷ୍ଠ ଯନ୍ତ୍ରୀ । ୧ କୋଟି ୩୦ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ । ଲାଞ୍ଚ ନେଇ ପୂର୍ବରୁ ଗିରଫ ହୋଇଥିବା କନିଷ୍ଠ ଯନ୍ତ୍ରୀଙ୍କ ଅଡ଼ୁଆ ଆହୁରି ବଢ଼ିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଓଡ଼ିଶା ଲିଫ୍ଟ ଇରିଗେସନ କର୍ପୋରେସନ (ଓଏଲଆଇସି)ର ଉଦଳା ଉପ-ବିଭାଗରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁବ୍ରତ ମହାନ୍ତିଙ୍କୁ ପୁଣି ଗିରଫ କରିଛି ବାରିପଦା ଭିଜିଲାନ୍ସ ୟୁନିଟ୍ । ତାଙ୍କ ନିକଟରୁ ପ୍ରାୟ ୧ କୋଟି ୩୦ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହେବା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଯନ୍ତ୍ରୀ ସୁବ୍ରତ ମହାନ୍ତିଙ୍କ ନିକଟରେ ତାଙ୍କ ଆୟ ତୁଳନାରେ ପ୍ରାୟ ୧୨୩ ପ୍ରତିଶତ ଅଧିକ ସମ୍ପତ୍ତି ଥିବା ତଦନ୍ତରୁ ଜଣାପଡ଼ିଛି । ଏହି ଆଧାରରେ ଭିଜିଲାନ୍ସ ତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଗତ ଜାନୁୟାରୀ ୬ ତାରିଖରେ ଜଣେ ଠିକାଦାରଙ୍କ ଠାରୁ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କନିଷ୍ଠ ଯନ୍ତ୍ରୀ ସୁବ୍ରତ ମହାନ୍ତି ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ୍ ଯାଇଥିଲେ । ଠିକାଦାରଙ୍କ ଦ୍ୱାରା ଶେଷ ହୋଇଥିବା ୨୫ ଲକ୍ଷ ଟଙ୍କାର ପ୍ରକଳ୍ପ ବାବଦକୁ ବକେୟା ଥିବା ପ୍ରାୟ ୫ ଲକ୍ଷ ଟଙ୍କାର ବିଲ୍ ଏବଂ ସିକ୍ୟୁରିଟି ଡିପୋଜିଟ୍ ଛାଡ଼ିବା ପାଇଁ ଲାଞ୍ଚ ମାଗିଥିଲେ । ଲାଞ୍ଚ ଟଙ୍କା ନେଉଥିବା ବେଳେ ଧରାପଡ଼ିଥିଲେ। ​ସେହି ଲାଞ୍ଚ ମାମଲା ପରେ ଭିଜିଲାନ୍ସ ପକ୍ଷରୁ ସୁବ୍ରତଙ୍କ ସମ୍ପତ୍ତି ଉପରେ ତଦନ୍ତ ଆରମ୍ଭ କରାଯାଇଥିଲା। ଏହି ଖୋଳତାଡ଼ ବେଳେ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତିର ଖୁଲାସା ହେବା ପରେ ଭିଜିଲାନ୍ସ ତାଙ୍କୁ ପୁନର୍ବାର ଗିରଫ କରି ଜେଲ୍ ପଠାଇଛି ।.

ad-week
Leave A Reply

Your email address will not be published.