ଚାକିରି କରାଇ ଦେବା ଆଳରେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ, ଅଭିଯୁକ୍ତ ଗିରଫ

Independence

ଭଦ୍ରକ: ଚାକିରି କରାଇଦେବା ନାଁରେ ଏକ କୋଟି ଟଙ୍କା ଠକେଇ। ଠକକୁ ଦୀଘାରୁ ବାନ୍ଧିଲା ଭଦ୍ରକ ପୁଲିସ । ସରକାରୀ ଚାକିରୀ କରାଇ ଦେବା ନାଁରେ ଠକୁଥିବା ଜଣେ ଠକକୁ ଦୀଘାରୁ ବାନ୍ଧିଛି ଭଦ୍ରକ ଟାଉନ ପୋଲିସ । ଅଭିଯୁକ୍ତ ଯୁବକ ଜଣକ ହେଲେ ଧାମନଗର ଥାନା ଚୁଡ଼ାକୁଟି ଅଞ୍ଚଳର ଜଗନ୍ନାଥ ବାହାଳିଆ । ସେ ଭଦ୍ରକ ଟାଉନ ଥାନା ଅଧିନ ଜଗନ୍ନାଥପୁର ଅଞ୍ଚଳରେ ରହି ଏଭଳି ଠକାମୀ ଚଳାଇଥିଲା । ବଡ଼ ବଡ଼ ଲୋକଙ୍କ ସହ ସଂପର୍କ ଥିବା କହି ଅନେକ ଚାକିରୀ ଆଶୀୟୀଙ୍କ ଠାରୁ ପ୍ରାୟ ଏକ କୋଟିରୁ ଅଧିକ ଟଙ୍କା ଠିକିଥିଲା । ଅଭିଯୋଗ ପରେ ବହୁ ତନାଘନା କରି ପଶ୍ଚିମବଙ୍ଗ ଦୀଘାରୁ ଅଭିଯୁକ୍ତକୁ ଗିରଫ କରିଛି ଭଦ୍ରକ ଟାଉନ ପୋଲିସ । ଆଜି ତାକୁ ଗିରଫ ପରେ କୋର୍ଟ ଚାଲାଣ କରାଯିବ । ଏହି ଠକେଇରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ମଧ୍ୟ ପୁଲିସ ତଦନ୍ତ ଜାରି ରଖିଛି ।

ad-week
Leave A Reply

Your email address will not be published.