ଗାଡ଼ି ଚଳାଇବା ବେଳେ ଫୋନ୍‌ରେ କଥା ହେବା ବୈଧ୍ୟ ହୋଇ ପାରେ: ନିତିନ ଗଡ଼କରୀ

add-all

ନୂଆଦିଲ୍ଲୀ: ଗାଡ଼ି ଚଳାଇବା ବେଳେ ଫୋନ୍‌ରେ କଥାବାର୍ତ୍ତା କରୁଥିବା ବ୍ୟକ୍ତି ଆଉ ଦଣ୍ଡିତ ହେବେ ନାହିଁ ବୋଲି ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି। କିନ୍ତୁ, ଏଥିପାଇଁ କେତେକ ନିୟମ ମାନିବାକୁ ପଡ଼ିବ। ଏକଥା ଲୋକସଭାରେ ଘୋଷଣା କରାଯାଇଛି।
ମନ୍ତ୍ରୀ କହିଛନ୍ତି ଯେ, ମୋବାଇଲ୍‌ ଫୋନ୍‌ ‘ହ୍ୟାଣ୍ଡ୍‌-ଫ୍ରି ଡିଭାଇସ୍’ ସହିତ ସଂଯୁକ୍ତ ହୋଇଥିଲେ ହିଁ ଯାଇ ଏଥିପାଇଁ ଅନୁମତି ମିଳିବ। ଏହାଛଡ଼ା, ମୋବାଇଲ୍‌ ଫୋନ୍‌କୁ ଗାଡ଼ିରେ ନୁହେଁ, ପକେଟ୍‌ରେ ରଖିବାକୁ ପଡ଼ିବ।
କେତେକ ଗଣମାଧ୍ୟମ ରିପୋର୍ଟରେ ମଧ୍ୟ ପ୍ରକାଶ ପାଇଛି ଯେ, ଗାଡ଼ି ଚଳାଇଲା ବେଳେ ଯଦି ଆପଣଙ୍କର ଚାଲାଣ କଟାଯାଇଥିବ ତେବେ, ଆପଣ ଅଦାଲତଙ୍କ ଦ୍ବାରସ୍ଥ ହୋଇପାରିବେ। କିନ୍ତୁ, ଗାଡ଼ି ଚଳାଇବା ବେଳେ ସିଧାସଳଖ ମୋବାଇଲ୍‌ ଫୋନ୍‌ରେ କଥାବାର୍ତ୍ତା କରୁଥିବା ଦେଖିଲେ ଟ୍ରାଫିକ୍‌ ପୁଲିସ ଚାଲାଣ କାଟିପାରିବେ।
ନିତିନ ଗଡ଼କରୀ କହିଛନ୍ତି, ଚାଳକ ଯଦି ‘ହ୍ୟାଣ୍ଡ୍‌-ଫ୍ରି ଡିଭାଇସ୍‌’ ଯୋଗେ ଫୋନ୍‌ରେ କଥା ହେଉଥିବେ ଏହାକୁ ଦଣ୍ଡନୀୟ ଅପରାଧ ବୋଲି ବିବେଚନା କରାଯିବ ନାହିଁ। ଏ କ୍ଷେତ୍ରରେ ଟ୍ରାଫିକ୍‌ ପୁଲିସ ଜରିମାନା କରି ପାରିବେ ନାହିଁ। ଯଦି ଚାଲାଣ କାଟନ୍ତି ତେବେ ତାହାକୁ ଅଦାଲତରେ ଚାଲେଞ୍ଜ୍‌ କରି ହେବ।

ad-week
Leave A Reply

Your email address will not be published.