ଜୟପୁରରେ ଜରୁରୀ ଅବତରଣ କଲା ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ : ଭୋପାଳରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି । ବିମାନରେ ସମସ୍ୟା ଦେଖାଦେବା ପରେ ବିମାନକୁ ଜୟପୁର ଡାଇଭର୍ଟ କରାଯାଇଛି । ଇଂଜିନିରେ ଖରାପ ସୂଚନା ମିଳିବା ପରେ ବିମାନ ଦିଲ୍ଲୀ ଯିବା ପରିବର୍ତ୍ତେ ଜୟପୁର ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇଛି ।

ଖବର ମୁତାବକ, ଭୋପାଳର ରାଜା ଭୋଜ ଏୟାରପୋର୍ଟରୁ ସକାଳ ୮.୪୭ ମିନିଟରେ ଏୟାର ଇଣ୍ଡିଆ ବିମାନ AI1886 ଦିଲ୍ଲୀ ପାଇଁ ଉଡ଼ାଣ ଭରିଥିଲା । ବିମାନଟି ନିର୍ଦ୍ଧାରିତ ସମୟରେ ଥିଲା । ବିମାନଟି ଦିଲ୍ଲୀରେ ୯.୫୫ ମିନିଟରେ ଅବତରଣ କରିବାର ଥିଲା । କିନ୍ତୁ ଉଡ଼ାଣ ଭରିବାର କିଛି ସମୟ ପରେ ବିମାନର ଇଂଜିନରେ ତ୍ରୁଟି ଦେଖାଦେଇଥିଲା । ଫଳରେ ପାଇଲଟ ଏଟିସି ସହିତ ସଂପର୍କ କରି ବିମାନକୁ ଜୟପୁରକୁ ଡାଇଭର୍ଟ କରିଥିଲେ ।

ଜୟପୁର ଏୟାରପୋର୍ଟ ବିମାନଟି ସୁରକ୍ଷିତ ଅବତରଣ କରିବା ପରେ ଟେକ୍ନିକାଲ ଯାଞ୍ଚ ଟିମ୍ ତଦାରଖ କରିଥିଲେ । ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସ୍ଥିତିକୁ ଯାଞ୍ଚ କରୁଛନ୍ତି । ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ଯାତ୍ରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି କି ନାହିଁ ତାହା ଏଯାଏଁ ଜଣାପଡିନାହିଁ ।

ତେବେ ଦିଲ୍ଲୀରେ ବ୍ରିକ୍ସ ସମ୍ମିଳନୀ ଚାଲିଥିବା ଯୋଗୁଁ ସୁରକ୍ଷା ଦୃଷ୍ଟିରୁ ବିମାନକୁ ଜୟପୁରକୁ ଡାଇଭର୍ଟ କରାଯାଇଥିଲା । ବିମାନରେ ତ୍ରୁଟିକୁ ତଦାରଖ କରାଯାଇ ଯାଞ୍ଚ ଚାଲିଛି । ସମସ୍ତ ଯାତ୍ରୀ ଅଧିକ ବିବରଣୀକୁ ଅପେକ୍ଷା କରାଯାଉଛି ।

ad-week
Leave A Reply

Your email address will not be published.