ଭୋଟରଙ୍କୁ ପ୍ରଲୋଭନ..! : ରଣ୍ଡାଗୁଡାରେ ବିଧାୟକଙ୍କ ଗାଡ଼ିରେ ଲୁଗା, କଂଗ୍ରେସ ଓ ବିଜେଡି ମୁହାଁ ମୁହିଁ..

add-all


ପାପଡାହାଣ୍ଡି, : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କଣ୍ଟାମାଳ ପଂଚାୟତ ରଣ୍ଡାଗୁଡାରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରିଙ୍କ ଗାଡ଼ିରେ ଗଦା ଗଦା ଲୁଗା ଥିବା ନେଇ ଉତ୍ତେଜନା ଦେଖା ଦେଇଛି ।ଘଟଣାକୁ ନେଇ କଂଗ୍ରେସ ଓ ବିଜେଡି କର୍ମୀ ମୁହାଁ ମୁହିଁ ହୋଇଛନ୍ତି । ଘଟଣାକୁ ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ ଓ ଜିଲ୍ଲା ପରିଷଦ ଜୋନ 2ର ପ୍ରାର୍ଥୀନୀ ଲିପିକା ମାଝୀ ଗ୍ରାମରେ ପହଁଚି ନିନ୍ଦା କରିଛନ୍ତି । ସୂଚନା ମୁତାବକ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଶନିବାର ରଣ୍ଡାଗୁଡା ଯାଇଥିଲେ ପ୍ରଚାର ଲାଗି ଏହି ସମୟରେ ବିପରୀତ ଦିଗରୁ ଭୁଜବଳମାଝି ଓ ଜିଲ୍ଲା ପରିଷଦ ଜୋନ 2 ପ୍ରାର୍ଥୀନୀ ଲିପିକା ଫେରିବା ବେଳେ ବିଧାୟକଙ୍କ ଗାଡିରେ ଗଦା ଗଦା ଲୁଙ୍ଗି ଓ ଲୁଗା ଦେଖି ପ୍ରତିବାଦ କରିଥିଲେ ।ପରେ ଏହି ଘଟଣା ଉଗ୍ର ରୂପ ନେଇଥିଲା କଂଗ୍ରେସ କର୍ମୀ ମାନେ ହୋ ହାଲ୍ଲା କରିବା ଯୋଗୁଁ ଏକ ପ୍ରକାର ଅସ୍ୱାଭାବିକ ପରିସ୍ଥିତି ଉପୁଜି ଥିଲା।ଲିପିକା କହିଛନ୍ତି ଆମେ ଘର ଘର ବୁଲି ଲୋକଙ୍କୁ ଭୋଟ ମାଗୁଛୁ କିନ୍ତୁ ବିଧାୟକ ଲୁଗା ପଟା ବାଣ୍ଟି ଲୋକଙ୍କୁ ପ୍ରଲୋଭନ ଦେଖାଉଛନ୍ତି। ଯାହାକି ନିନ୍ଦନିୟ ଓ ନିର୍ବାଚନ କଟକଣା ର ଖୋଲା ଉଲଂଘନ। ଘଟଣା ସ୍ଥଳକୁ ତହସିଲଦାର ତୁରନ୍ତ ପହଞ୍ଚି ଉକ୍ତ ଶାଢ଼ୀକୁ ତଦନ୍ତ କରି ସିଜ୍ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ସେପଟେ ରନ୍ଧାରି କହିଛନ୍ତି ନିର୍ବାଚନ ହାରିବା ଭୟରେ କଂଗ୍ରେସ କର୍ମୀ ଏପରି ଅଭିଯୋଗ ଆଣି ଛନ୍ତି ।ମୋ ଗାଡ଼ିରେ ସବୁବେଳେ ଲୁଗା ଗାମୁଛା ଥାଏ ମୁଁ ସବୁବେଳେ ଜନ ସାଧାରଣଙ୍କୁ ବାଣ୍ଟି ଥାଏ । ଖବର ପାଇ ପାପଡାହାଣ୍ଡି ତହସିଲଦାର ଭୋଇ ଘଟଣାସ୍ଥଳରେ ପହଁଚି ଗାଡିକୁ ଜବତ କରିଥିବା ବେଳେ ମୈଦଲପୁର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।ଲିପିକା ଏକ ଅଭିଯୋଗ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି।ଦେଖିବାକୁ ବାକି ରହିଲା ଏଥିପ୍ରତି କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉଛି।

ad-week
Leave A Reply

Your email address will not be published.