ଗ୍ରାମୀଣ ନାଟ୍ୟ କଳା ପ୍ରାଦେଶିକ କଳା ସଂସ୍କୃତିର ମୂଳ ଉତ୍ସ : ମହାସଚିବ…

add-all

ସୋରଡ଼ା : ସୋରଡ଼ା ସନ୍ନିକଟ କନ୍ଧମାଳ ଜିଲ୍ଲା ବଡ଼ ବାରବା ଗ୍ରାମସ୍ଥ ଶ୍ରୀଶ୍ରୀ ମା ‘ କନ୍ଧୁଣୀ ଦେବୀଙ୍କ ପବିତ୍ର ମାଘ ଦଶମୀ ଯାତ୍ରା ଉତ୍ସବ ଅବସରରେ ଆୟୋଜିତ ଶ୍ରୀଶ୍ରୀ ମା ‘ କାନ୍ଧୁଣୀ ଦେବୀ ନାଟ୍ୟ ସଂଘ ପ୍ରଯୋଜିତ ନାଟକ ରାମାୟଣର ଶୁଭ ଉଦଘାଟନୀ ଉତ୍ସବ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ କର କମଳରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନାଟ୍ୟ ସଂଘ ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଗ୍ରାମୀଣ ନାଟ୍ୟ କଳା ଜାତୀୟ ନାଟ୍ୟ କଳାକୁ ପରିପୁଷ୍ଟ କରେ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ମାଷ୍ଟର ସଞ୍ଜୟ କୁମାର ବିଷୋୟୀ, ନାଟ୍ୟ ନିର୍ଦ୍ଦେଶକ ସ୍ୱର ବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ, ଗ୍ରାମ ସଭାପତି ପଞ୍ଚୁ ମହାକୁଡ, ପ୍ରାକ୍ତନ ସଭାପତି ରଘୁନାଥ ସେଠୀ ଯୋଗ ଦେଇଥିଲେ । ଏହି ଅବସରରେ ନାଟକର ସହଯୋଗୀ ନିର୍ଦ୍ଦେଶକ ସୀମାଞ୍ଚଳ ସାହୁ, ଅଭିନେତା ରବୀନ୍ଦ୍ର ନାୟକ ଓ ପ୍ରଭାତ କୁମାର ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ନାଟକ ରାମାୟଣ ପରିବେଷଣ କରାଯାଇଥିଲା । ନତକଟିକୁ ଉଭୟ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ବହୁ କଳପ୍ରେମୀ ଖୁବ୍ ସୁନ୍ଦର ଉପଭୋଗ କରିଥିବା ସୂଚନା ପ୍ରାପ୍ତ ।

ad-week
Leave A Reply

Your email address will not be published.