ନନ୍ଦୀଗ୍ରାମ କଂଗ୍ରେସ ପ୍ରାର୍ଥୀଙ୍କୁ ଗିରଫ କଲା ପୋଲିସ, ସମର୍ଥନ ଘୋଷଣା କରିଥିଲେ ମମତା

କୋଲକାତା: ବେଙ୍ଗଲ ନନ୍ଦୀଗ୍ରାମ ବିଧାନସଭା ଆସନରେ ଏବେ ରାଜନୀତି ଆରମ୍ଭ ହୋଇଯାଇଛି। ଏଠାରେ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ଏହି ଗିରଫ ଏକ ପୁରୁଣା ହତ୍ୟା ମାମଲାରେ ହୋଇଥିବା ଜଣାପଡିଛି। ଏହା ପୂର୍ବରୁ ମମତା ବାନାର୍ଜୀ ଗୋଷ୍ଠୀର ପ୍ରାର୍ଥୀ ସଞ୍ଚିତା ପ୍ରଧାନ ଉପ ନିର୍ବାଚନ ଲଢିବାକୁ ମନା କରିଦେଇଥିଲେ। ଏଣୁ ମମତା ବାନାର୍ଜୀ ଏହି ଉପନିର୍ବାଚନରେ କଂଗ୍ରେସ ପ୍ରତି ତାଙ୍କ ସମର୍ଥନ ଘୋଷଣା କରିଥିଲେ।

ନନ୍ଦୀଗ୍ରାମରେ ଏହି ଘଟଣାକ୍ରମ ସେତେବେଳେ ହୋଇଛି ଯେତେବେଳେ ତୃଣ ମୂଳ କଂଗ୍ରେସର ନାମ ଓ ନିର୍ବାଚନ ଚିହ୍ନକୁ ନେଇ ବିବାଦ ଲାଗିଛି। ଅକ୍ଟୋବର ୬ ତାରିଖରେ ହେବାକୁ ଥିବା ଏହି ଉପ ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ନାମ ଓ ନିର୍ବାଚନ ଚିହ୍ନ ‘ଘାଷଫୁଲ’ କୁ ଫ୍ରିଜ କରିଦେଇଛନ୍ତି। ଆୟୋଗ ମମତା ବାନାର୍ଜୀଙ୍କ ଗୋଷ୍ଠୀକୁ ‘ମମତା ଅଲଇଣ୍ଡିଆ ତୃଣମୂଳ କଂଗ୍ରେସ’ ଓ ନିର୍ବାଚନ ଚିହ୍ନରେ ଫୁଟବଲ ଖେଳାଳିଙ୍କ ଛବି ଦେଇଛନ୍ତି। ସେହିପରି ଅରୂପ ରାୟଗୋଷ୍ଠୀଙ୍କୁ ‘ଡେମୋକ୍ରାଟିକ ତୃଣମୂଳ କଂଗ୍ରେସ’ ନାମ ଦେଇଛନ୍ତି ଓ ଦଳକୁ ନିର୍ବାଚନ ଚିହ୍ନ ଭାବେ ‘ଲଫାପା’ ଛବି ଦେଇଛନ୍ତି। ତେବେ ଏହି ବ୍ୟବସ୍ଥା ଅନ୍ତରୀଣ ବୋଲି କୁହାଯାଇଛି।

ବେଙ୍ଗଲ ରାଜନୀତି ଏବେ ପଡଉଠ ହେଉଛି। ଶୁକ୍ରବାର ମମତା ବାନାର୍ଜୀଙ୍କୁ ଦୋହରାଝଟକା ସେତେବେଳେ ଲାଗିଥିଲା ଯେଚେବେଳେ ନନ୍ଦୀ ଗ୍ରାମ ପାଇଁ ଦଳର ପ୍ରାର୍ଥୀ ସଞ୍ଚିତା ପ୍ରଧାନ ନିର୍ବାଚନରୁ ଓହରିଯିବା ଘୋଷଣା କଲେ। ଏହା ପରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଥିଲେ। ମମତା ବାନାର୍ଜୀ କହିଥିଲେ ଯେ ଆମେ ନନ୍ଦୀଗ୍ରାମ ଉପନିର୍ବାଚନରେ କଂଗ୍ରେସକୁ ସମର୍ଥନ କରିବୁ, ଯାହାଦ୍ୱାରା ଇଣ୍ଡିଆ ମେଣ୍ଟ ମଜଭୁତ ହୋଇ ପାରିବ। କଂଗ୍ରେସ ଭଲ ପ୍ରାର୍ଥୀ ଦେଇଛି, ଯାହାଙ୍କୁ ଆମେ ନିର୍ବାଚନରେ ସମର୍ଥନ କରିବୁ। ସେହିପରି ରେଜିନଗର ଉପନିର୍ବାଚନ ପାଇଁ ଆମେ ପରେ ନିଷ୍ପତ୍ତି ନେବୁ ଓ ଆସାମରେ ଆମେ ନିର୍ବାଚନ ଲଢୁ ନାହୁଁ ବୋଲି କହିଥିଲେ।

ad-week
Leave A Reply

Your email address will not be published.