ଭୁବନେଶ୍ୱର : ଲାଞ୍ଚ ନେଇ ଧରାପଡ଼ିଲେ ହିଞ୍ଜିଳକାଟୁ ICDS ସୁପରଭାଇଜର ବି. ଉମା ପାତ୍ର ଓ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ନରସିଂହ ବେହେରା । ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ୍ । ଏକ ଅଙ୍ଗନବାଡ଼ି କେନ୍ଦ୍ରର ଗତ ୧୧ ମାସର ବାକି ଥିବା ଘରଭଡ଼ା ଟଙ୍କା ମଞ୍ଜୁର କରିବା ପାଇଁ ସେମାନେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ଦାବି ମୁତାବକ ଲାଞ୍ଚ ଟଙ୍କା ନଦେଲେ ଆଗାମୀ ମାସର ଘରଭଡ଼ା ମଧ୍ୟ ବନ୍ଦ କରିଦିଆଯିବ ବୋଲି ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ଧମକ ଦେଇଥିଲେ ।
ଏନେଇ ଅଙ୍ଗନୱାଡି କର୍ମୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଅଭିଯୋଗ ଆଧାରରେ ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ସିଡିପିଓ କାର୍ଯ୍ୟାଳୟ ପରିସର ମଧ୍ୟରେ ଅଭିଯୋଗକାରିଣୀଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସୁପରଭାଇଜର ଓ ଜେଆରଏଙ୍କୁ ଧରିଥିଲେ । ସେମାନଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଆୟବହିର୍ଭୂତ ସମ୍ପତ୍ତି ଠାବ ନେଇ ଦୁଇ ଜଣଙ୍କ ବାସଭବନରେ ଏକକାଳୀନ ଚଢ଼ାଉ ଜାରି ରହିଛି।
