ଡ୍ୟୁଟି ବେଳେ ସୋସିଆଲ୍ ମିଡିଆରେ ଫଟୋ ଓ ଭିଡିଓ ପୋଷ୍ଟ କରିପାରିବେନି ପୋଲିସ କର୍ମଚାରୀ, ଆସିଲା ନୂଆ ଗାଇଡଲାଇନ୍

ଭୁବନେଶ୍ୱର : ପୋଲିସ ଡ୍ରେସରେ ରହି ସୋସିଆଲ୍ ମିଡିଆରେ ଫଟୋ, ଭିଡିଓ ପୋଷ୍ଟ ମନା । ପୋଲିସ ଅଧିକାରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଆଣିଲା କମିସନରେଟ୍ ପୋଲିସ । ସମ୍ବେଦନଶୀଳ ସ୍ଥାନରେ ଡ୍ୟୁଟି ବେଳେ ଫଟୋ ଭିଡିଓ ପୋଷ୍ଟ କରିପାରିବେନି । ଡ୍ୟୁଟି ସମୟରେ ଫଟୋ ଭିଡିଓ କରି ସୋସିଆଲ୍ ମିଡିଆରେ ପୋଷ୍ଟ ଉପରେ କଟକଣା ଲାଗିଛି । ଏଭଳି ପୋଷ୍ଟ ଯୋଗୁଁ ସୁରକ୍ଷା ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା । ରାଜଧାନୀର ସମ୍ବେଦନଶୀଳ ସ୍ଥାନର ଫଟୋ ମଧ୍ୟ ବର୍ଦିରେ ଥାଇ ପୋଷ୍ଟ କରିପାରିବେନି ପୋଲିସ ଅଧିକାରୀ । ଡ୍ୟୁଟିର ଗୋପନୀୟତା ଓ ସୁରକ୍ଷା ପାଇଁ କମିସନରେଟ୍ ପୋଲିସର ଏହି ନୂଆ ଗାଇଡଲାଇନ୍ ।

କମିସନରେଟ୍ ପୋଲିସର ଅର୍ଡର ଅନୁସାରେ, ଲୋକ ଭବନ, ଲୋକସେବା ଭବନ, ଶ୍ରୀଲିଙ୍ଗରାଜ ମନ୍ଦିର, ବିଧାନସଭା, ଓଡ଼ିଶା ହାଇକୋର୍ଟ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆର୍ମୋରି ଓ ଅନ୍ୟ ସମ୍ବେଦନଶୀଳ ସ୍ଥାନରେ ମୁତୟନ ପୋଲିସ କର୍ମଚାରୀ ବିନା ପୂର୍ବ ଅନୁମତିରେ କୌଣସି ଇଲେକ୍ଟ୍ରୋନିକ୍ ଡିଭାଇସ୍‌ରେ ଫଟୋ କିମ୍ବା ଭିଡିଓ କରିପାରିବେ ନାହିଁ । ଡ୍ୟୁଟିରେ ଥିବା ସେଣ୍ଟ୍ରିମାନଙ୍କୁ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ ମଧ୍ୟ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ଏଭଳି ଭିଡିଓ ମାଧ୍ୟମରେ ଗୋପନୀୟ ସୂଚନା ଓ ସମ୍ବେଦନଶୀଳ ସ୍ଥାନର ତଥ୍ୟ ସାର୍ବଜନୀନ ହୋଇ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା ରହିଛି । ନିୟମ ଉଲ୍ଲଂଘନ କଲେ ଏହାକୁ ଗୁରୁତ୍ୱର ସହ ନିଆଯାଇ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସୂଚନା ମିଳିଛି ।

ad-week
Leave A Reply

Your email address will not be published.