ଖୋର୍ଦ୍ଧା : ମାଲ ବୋଝେଇ ଟ୍ରକ ସହ ଟ୍ରେଲର ଧକ୍କା । ଚାଲିଗଲା ଦୁଇ ଜୀବନ । ଖୋର୍ଦ୍ଧା ଆଦର୍ଶ ଥାନା ୧୬ ନମ୍ବର ଜାତୀୟ ରାଜପଥର ତୋଟାପଡା ଓଭର ବ୍ରିଜ ତଳେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇଜଣଙ୍କ ମୃତଦେହ ଜବତ କରି ହସ୍ପିଟାଲ ପଠାଇଛି ପୋଲିସ । ରାସ୍ତାକଡ଼ରେ ରହିଛି ଦୁର୍ଘଟଣାଗ୍ରସ୍ତ ଟ୍ରକ ।
ରବିବାର ଦିନ ସକାଳ ସମୟରେ ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ତୋଟାପଡ଼ା ଛକରେ ରେଳବାଇ ଓଭରବ୍ରିଜ୍ ତଳେ ଏକ ମାଲବୋଝେଇ ଟ୍ରକ ଛିଡ଼ା ହୋଇଥିଲା । ଏହି ସମୟରେ ଟ୍ରକକୁ ଟ୍ରଲର ପଛ ପଟୁ ଧକ୍କା ଦେଇଥିଲା । ଦୁର୍ଘଟଣା ସଂପର୍କରେ ଖବର ପାଇ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଦୁଇ ମୃତଦେହକୁ ଜବତ କରି ମେଡିକାଲକୁ ପଠାଇଛି । ବାକି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଛାନ୍ଭିନ୍ ଜାରି ରଖିଛି ।
