ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଗୋଟିଏ ପରିବାରର ୩ ସଦସ୍ୟ: ୨ ନିଖୋଜ, ଜଣଙ୍କ ମୃତଦେହ ଉଦ୍ଧାର

ଜଳେଶ୍ୱର : ସମୁଦ୍ରରେ ଗାଧୋଇବା ହେଲା କାଳ । ଢେଉରେ ଭାସିଗଲେ  ଦାଦା, ଖୁଡ଼ି ଓ ଶିଶୁପୁତ୍ର । ପଶ୍ଚିମବଙ୍ଗର ମନ୍ଦାରମଣି ସମୁଦ୍ରରେ ଗାଧୋଇବାକୁ ଯାଇ ଘଟିଛି ଅଘଟଣ । ସମୁଦ୍ରରେ ଗାଧୋଇବା ସମୟରେ ଗୋଟିଏ ପରିବାରର ତିନିଜଣ ସମୁଦ୍ରରେ ଭାସିଯାଇଥିଲେ ।  ଉଦ୍ଧାର ପରେ ୧୦ ବର୍ଷର ଶିଶୁକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଶିଶୁର ଦାଦା ଓ ଖୁଡ଼ି ଏବେ ମଧ୍ୟ ନିଖୋଜ ଅଛନ୍ତି ।

ନିଖୋଜ ଦମ୍ପତି ହେଲେ ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ଶାନ୍ତିପୁରର ସୁମନ ଶିଲ ଓ ତାଙ୍କ ପତ୍ନୀ ବୃଷ୍ଟି ଶିଲ । ଗତକାଲି ଦମ୍ପତି ଓ ୧୦ ବର୍ଷର ପୁତୁରା ଶାନ୍ତିପୁରରୁ ଦିଘା ବୁଲିବାକୁ ଆସିଥିଲେ । ପରେ ସେମାନେ ମନ୍ଦାରମଣି ଯାଇଥିଲେ । ସମୁଦ୍ରରେ ଗାଧୋଉଥିବାବେଳେ ଉଚ୍ଚ ଢେଉ ଆସିବା ଯୋଗୁଁ ୩ ଜଣ ଭାସିଯାଇଥିଲେ । ତେବେ ଶିଶୁକୁ  ମୃତ ଅବସ୍ଥାରେ ଉଦ୍ଧାର  କରାଯାଇଥିବାବେଳେ ଦମ୍ପତି ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି ।

ad-week
Leave A Reply

Your email address will not be published.