କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ, କହିଲେ-‘ହିଜାବ ନପିନ୍ଧିବା ଯୋଗୁଁ ମହିଳାଙ୍କ ସହ ଦୁଷ୍କର୍ମ ହେଉଛି’

add-all

ବେଙ୍ଗାଲୁରୁ,୧୩/୦୨: କର୍ଣ୍ଣାଟକରେ ହିଜାବକୁ ନେଇ ବିବାଦ ଜାରି ରହିଛି। ରାଜନୈତିକ ବୟାନବାଜି ମଧ୍ୟ ଜାରି ରହିଛି। ଏହାରି ଭିତରେ କର୍ଣ୍ଣାଟକର ଜଣ କଂଗ୍ରେସ ନେତା ଅତ୍ୟନ୍ତ ଅପତ୍ତିଜନତ ଟିପ୍ପଣୀ କରିଛନ୍ତି। କଂଗ୍ରେସ ନେତା ଜମୀର ଅହମଦ ହିଜାବକୁ ନେଇ ଅତ୍ୟନ୍ତ ସମ୍ୱେଦନହୀନ ବୟାନ ଦେଇଛନ୍ତି । କଂଗ୍ରେସ ନେତା କହିଛନ୍ତି, ମହିଳାମାନ ହିଜାବ ନ ପିନ୍ଧିବାରୁ ତାଙ୍କ ସହ ଦୁଷ୍କର୍ମ ହେଉଛି। ଜମୀର ଅହମଦ କହିଛନ୍ତି, ଇସଲାମରେ ହିଜାବର ଅର୍ଥ ପରଦା।
ଜମୀର ଅହମଦ କହିଛନ୍ତି, ଭାରତରେ ଦୁଷ୍କର୍ମର ହାର ସବୁଠାରୁ ଅଧିକ। ଏହାର କାରଣ ହେଉଛି କୌଣସି ଘୋଷଣା କିମ୍ୱା ହିଜାବ ସିଷ୍ଟମ ନାହିଁ । ହିଜାବ ଝିଅଙ୍କ ସୁନ୍ଦରତାକୁ ଲୁଚାଇବା ପାଇଁ । ଜମୀର ଅହମଦ ଖାନ କେରଳ ରାଜ୍ୟପାଳ ଆରିଫ ମୋହମ୍ମଦ ଖାନଙ୍କ ହିଜାବ ଜରୁରୀ ନଥିବା ବୟାନଙ୍କର ଜବାବ ଦେଇ ଏହି କଥା କହିଥିଲେ।
ଶନିବାର ଆରିଫ୍ ମୋହମ୍ମଦ ଖାନ କହିଥିଲେ, ଇସଲାମରେ ହିଜାବ ସେହିପରି ଜରୁରୀ ନୁହେଁ, ଯେପରି ଶିଖ ଧର୍ମରେ ପଗଡୀର ରହିଥାଏ। ଏହାସହ ସେ କହିଥିଲେ, ମୁସଲିମ ଝିଅମାନଙ୍କୁ ଆଗକୁ ବଢିବାକୁ ନଦେବା ଷଡଯନ୍ତ୍ର।

ad-week
Leave A Reply

Your email address will not be published.