ଛତିଶଗଡ଼ : ଛତିଶଗଡ଼ ବାଲୋଦ ଜିଲ୍ଲାରେ ନ୍ୟାସନାଲ ହାଇୱେ ୩୦ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଧମତରୀରୁ କୋଙ୍କରୀ ମଧ୍ୟରେ ମରକଟୋଲା ଘାଟରେ ଡିଜେ ସିଷ୍ଟମ ନେଉ ଯାଉଥିବା ପିକଅପ୍ ଏବଂ ଧାନଭର୍ତ୍ତି ଟ୍ରକ ମଧ୍ୟରେ ଭୟଙ୍କର ଧକ୍କା ଯୋଗୁଁ ୬ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାରେ ଅନ୍ୟ ୭ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଖବର ମୁତାବକ, ବାଲୋଦ ଜିଲ୍ଲା ପୁରୁର ଥାନା ଅଞ୍ଚଳରେ ଜାତୀୟ ରାଜପଥ ୩୦.ରେ ଧମତରୀରୁ କୋଙ୍କରୀ ମଧ୍ୟରେ ମରକଟୋଲା ଘାଟରେ ଡିଜେ ସିଷ୍ଟମ ନେଉ ଯାଉଥିବା ପିକଅପ୍ ଏବଂ ଧାନଭର୍ତ୍ତି ଟ୍ରକ ମଧ୍ୟରେ ଭୟଙ୍କର ଧକ୍କା ହୋଇଥିଲା । ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଏବଂ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି ।
ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରି ଦୁର୍ଘଟଣାର କାରଣ ଖୋଜିବାକୁ ଚେଷ୍ଟା କରୁଛି । ଅତିରିକ୍ତ ଏସପି ଚନ୍ଦ୍ରକାନ୍ତ ଗର୍ଭଣା କହିଛନ୍ତି କି, ଘଟଣାରେ ୬ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି ।
