ଓଡିଆ ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ କିଣିଲା ଚେନ୍ନାଇ ସୁପରକିଙ୍ଗସ୍

add-all

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଚାଲିଥିବା ଆଇପିଏଲ ୨୦୨୨ର ମେଗା ନିଲାମରେ ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତି ନିଲାମରେ ବିକ୍ରି ହୋଇଛନ୍ତି। ଶୁଭ୍ରାଂଶୁଙ୍କୁ ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଲକ୍ଷ ଟଙ୍କାରେ କିଣିଛି। ଶୁଭ୍ରାଂଶୁଙ୍କ ମୂଳ ଦର ୨୦ ଲକ୍ଷ ଟଙ୍କା ଥିଲା। ଏହା ପୂର୍ବରୁ ଆଇପିଏଲରେ ତିନି ଜଣ ଓଡିଆ ଖେଳାଳି ଖେଳିଛନ୍ତି।

ସେମାନେ ହେଲେ ପ୍ରଜ୍ଞାନ ଓଝା, ବିପ୍ଳବ ସାମନ୍ତରାୟ ଏବଂ ହଳଧର ଦାସ। ୨୦୨୧ ଆଇପିଏଲ ନିଲାମରେ ଖେଳାଳିଙ୍କ ତାଲିକାରେ ଓଡିଶାରୁ ଦୁଇ ଜଣ କ୍ରିକେଟର ଗୋବିନ୍ଦ ପୋଦ୍ଦାର ଏବଂ ଶୁଭ୍ରାଂଶୁ ସେନାପତି ଥିଲେ। ହେଲେ ଗତ ନିଲାମରେ ଉଭୟଙ୍କୁ କୌଣସି ଦଳ କିଣିନଥିଲେ।

ତେବେ ୨୦୨୨ ଆଇପିଏଲ ମେଗା ନିଲାମରେ ଓଡିଶାରୁ ସାମିଲ୍ ଥିଲେ ଦୁଇ ଖେଳାଳି ଅଭିଷେକ ଏବଂ ଶୁଭ୍ରାଂଶୁ ସେନାପତି। ଚେନ୍ନାଇ ଶୁଭ୍ରାଂଶଙ୍କୁ ୨୦ ଲକ୍ଷ ଟଙ୍କାରେ ନିଜ ଦଳରେ ସାମିଲ୍ କରିଛି। କେନ୍ଦୁଝରର ଜିଲ୍ଲାର ପୁଅ । ଶୁଭ୍ରାଂଶୁ ସେନାପତି ବର୍ତ୍ତମାନ ଆଗାମୀ ରଣଜୀ ଟ୍ରଫି ପାଇଁ ଓଡିଶା କ୍ରିକେଟ୍ ଦଳର ଅଧିନାୟକ ଅଛନ୍ତି। ଅଭିଷେକ ରାଉତଙ୍କୁ କେଉଁ ଫ୍ରାଞ୍ଚାଇଜି କିଣୁଛନ୍ତି ତାହା ବାକି ରହିଲା।

ad-week
Leave A Reply

Your email address will not be published.