ବଢ଼ିବ CEC ଜ୍ଞାନେଶ କୁମାରଙ୍କ ଅଡୁଆ: ନିଲମ୍ବନ ପାଇଁ ସୁପ୍ରିମକୋର୍ଟରେ ଆବେଦନ, ଆସନ୍ତା ସପ୍ତାହରେ ଶୁଣାଣି

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟପ୍ରଣାଳୀ ଓ ଏସଆଇଆର ସମ୍ପର୍କୀତ ନିଷ୍ପତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ତାଙ୍କ ନିଲମ୍ବନ ପାଇଁ ଏକ ଆବେଦନ କରାଯାଇଛି । ମଙ୍ଗଳବାର ଏହାକୁ ତାଲିକାଭୁକ୍ତ କରିଛନ୍ତି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ । ଆସନ୍ତା ସପ୍ତାହରେ ମାମଲାର ଶୁଣାଣି କରାଯିବ ବୋଲି କୋର୍ଟ ଗ୍ରୀନ ସିଗନାଲ ଦେଇଛନ୍ତି । ମଙ୍ଗଳବାର ବରିଷ୍ଠ ଆଇନଜୀବୀ ବିକାଶ ସିଂହ ଏହି ମାମଲାକୁ ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠଙ୍କ ସମ୍ମୁଖରେ ଉତ୍‌ଥାପନ କରିଥିଲେ । ଏହାପରେ ସିଜେଆଇ ଆସନ୍ତା ସପ୍ତାହରେ ମାମଲାକୁ ତାଲିକାଭୂକ୍ତ କରିବେ ବୋଲି ସ୍ପଷ୍ଟ କରିଛନ୍ତି ।

ଆବେଦନକାରୀଙ୍କ ଯୁକ୍ତି ଅନୁସାରେ ନିର୍ବାଚନ କମିଶନରେ ସବୁ ସଦସ୍ୟଙ୍କ ମତ ଆଧାରରେ ନିଆଯିବା ଉଚିତ୍ । ବିଶେଷକରି ଏସଆଇରର ସବୁ ନିଷ୍ପତ୍ତି କେବଳ କମିଶନର ନେଉଥିଲେ ନା ସବୁ ସଦସ୍ୟ ସେ ନିଷ୍ପତ୍ତି ନେଇଛନ୍ତି ତାର ଯାଂଚ ଆବଶ୍ୟକ । ଏ ସମ୍ବନ୍ଧୀୟ ଆପତି କମିଶନର ଦୁଇ ଜଣ ସଦସ୍ୟ ଆଣିଥିବା କଥା ସାମ୍ନାକୁ ଆସିଥିଲା । ଗତ ସେପଟେମ୍ବର ୨୫ରେ ଆଇନଜୀବୀ ଶୈଳେନ୍ଦ୍ର ମଣି ତ୍ରିପାଠୀ ମଧ୍ୟ ଜ୍ଞାନେଶ କୁମାରଙ୍କ ସହ କିଛି ଅଧିକାରୀଙ୍କ ବିରୋଧରେ ଆଇନଗତ ପଦ କ୍ଷେପ ପାଇଁ ଦାବି କରିଥିଲେ । ଏବେ ମାମଲା ବିଚାରାଧୀନ ଅଛି । ଆସନ୍ତା ସପ୍ତାହରେ ଶୁଣାଣିରେ ସୁପ୍ରିମକୋର୍ଟ ଆବେଦନର ଆଇନଗତ ପକ୍ଷ ଉପରେ ଆଲୋକପାତ କରିବେ ।

ad-week
Leave A Reply

Your email address will not be published.