ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ହ୍ରାସ: ବନ୍ଦ ହେଲା ୧୩ ଗେଟ୍‌

ଭୁବନେଶ୍ବର : ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ ଜଳଭଣ୍ଡାରର ପୂର୍ବରୁ ଖୋଲାଥିବା ୧୫ଟି ସ୍ଲୁଇସ୍‌ ଗେଟ୍‌ ମଧ୍ୟରୁ ଗୁରୁବାର ସକାଳେ ୩ ପର୍ଯ୍ୟାୟରେ ୧୩ଟି ସ୍ଲୁଇସ୍‌ ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ଫଳରେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ମୋଟ୍‌ ୨ଟି ସ୍ଲୁଇସ ଗେଟ୍‌ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି।

ଗୁରୁବାର ପୂର୍ବାହ୍ନ ସାଢ଼େ ୯ଟାରେ ପ୍ରାପ୍ତ ସୂଚନା ଅନୁସାରେ ଜଳଭଣ୍ଡାରର ଜଳସ୍ତର ୬୨୯.୬୫ ଫୁଟ ରହିଛି। ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୧ ଲକ୍ଷ ୭୭ ହଜାର ୫୯୭ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ମୋଟ୍‌ ହାରାହାରି ୬୬ ହଜାର ୦୦୩ ଘନଫୁଟ ବନ୍ୟାଜଳ ନିଷ୍କାସିତ ହେଉଛି। ସେଥିମଧ୍ୟରୁ ଉଭୟ ବାମ ଓ ଦକ୍ଷିଣ ପାର୍ଶ୍ୱର ଗୋଟିଏ ଲେଖାଏ ମିଶି ମୋଟ୍‌ ୨ଟି ସ୍ଲୁଇସ୍‌ ଗେଟ୍‌ ଜରିଆରେ ୩୨ ହଜାର ୮୨୨ ଘନଫୁଟ, ପାଓ୍ବାର ଚ୍ୟାନେଲରେ ୨୮,୨୮୨ ଘନଫୁଟ, ବରଗଡ଼ କେନାଲରେ ୩,୬୬୧ ଘନଫୁଟ, ଶାସନ କେନାଲରେ ୫୦୦ ତଥା ସମ୍ବଲପୁଲ କେନାଲରେ ୧୦୫ ଘନଫୁଟ ଏବଂ ଶିଳ୍ପଭିଭିକ ବ୍ୟବହାର ପାଇଁ ୨୨୧ ଘନଫୁଟ ଜଳ ନିଷ୍କାସନ ହେଉଛି।

ad-week
Leave A Reply

Your email address will not be published.