ଦିଲ୍ଲୀ ଏୟାରପୋର୍ଟରୁ ୧୦ ଚୀନ ଡ୍ରୋନ ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରୁ ତିନିଜଣ ଭାରତୀୟ ଯାତ୍ରୀଙ୍କଠାରୁ ୧.୦୩ କୋଟି ଟଙ୍କାର ଚୀନ୍ ନିର୍ମିତ ୧୦ଟି ସାମରିକ ଡ୍ରୋନ୍ ଜବତ କରାଯାଇଛି। ଏହି ତିନିଯାତ୍ରୀ ଗତ ୨୫ ତାରିଖରେ ହଂକଂରୁ ଭିଏତ୍‌ନାମ ଦେଇ ଟର୍ମିନାଲ୍-୩ରେ ପହଞ୍ଚି ଥିଲେ। ଗୁପ୍ତ ସୂଚନା ଆଧାରରେ ଗ୍ରୀନ୍ ଚ୍ୟାନେଲ୍ ଅତିକ୍ରମ କରୁଥିବା ସମୟରେ ସେମାନଙ୍କୁ ସୀମାଶୁଳ୍କ ଅଧିକାରୀ ଧରି ନେଇଥିଲେ।

ଏହି ଯାତ୍ରୀଙ୍କ ବ୍ୟାଗରୁ ଚୀନ୍ କମ୍ପାନୀ ‘ଅଟେଲ୍ ରୋବୋଟିକ୍ସ’ର ୧୦ଟି ଏମଡିଏକ୍ସ-୧ ଡ୍ରୋନ୍, ୧୧ଟି କଣ୍ଟ୍ରୋଲର୍, ୧୦ଟି କ୍ୟାମେରା ଗିମ୍ବଲ୍, ୬୦ଟି ପ୍ରୋପେଲର୍, ୨୦ଟି ଆଣ୍ଟିନା, ୪୦ଟି ଜଏଷ୍ଟିକ୍ ଓ ଆଇଫୋନ୍ ୧୮ ପ୍ରୋ ମ୍ୟାକ୍ସ ଜବତ କରାଯାଇଛି। ଜଣେ ଯାତ୍ରୀ କହିଛନ୍ତି ଯେ ଜଣେ ବନ୍ଧୁଙ୍କ ପାଇଁ ସେ ଏହି ସବୁ ସାମଗ୍ରୀ ଆଣିଥିଲେ, ମାତ୍ର ଅଧିକାରୀଙ୍କୁ ଏହାର ସୂଚନା ଦେଇ ନ ଥିଲେ। ସୂଚନାଯୋଗ୍ୟ ଯେ ଭାରତରେ ବିଦେଶୀ ଡ୍ରୋନ୍ ଆମଦାନୀ ଉପରେ କଟକଣା ରହିଛି। ଜବତ ହୋଇଥିବା ଏହି ଡ୍ରୋନ ବିନା ଜିପିଏସରେ ଉଡ଼ିପାରିବ।

ad-week
Leave A Reply

Your email address will not be published.