ଆସାମ: ଦକ୍ଷିଣ ଆସାମର ସିଲଚରରେ ଟ୍ରାଫିକ୍ ପରିଚାଳନା କରୁଥିବା ୪ ଜଣ ପୋଲିସ କର୍ମଚାରୀ ନିଲମ୍ବିତ । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ କାରକେଡ ଯିବା ସମୟରେ ଏକ ଗୁରୁତର ରୋଗୀ ଯାଉଥିବା ଆମ୍ବୁଲାନ୍ସକୁ କିଛି ସମୟ ପାଇଁ ଅଟକାଇଥିଲେ ଟ୍ରାଫିକ୍ ପୋଲିସ । ମୁଖ୍ୟମନ୍ତ୍ରୀ ଏସବୁ ଜାଣିବା ପରେ ୪ ଟ୍ରାଫିକ ପୋଲିସଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ସିଏମଙ୍କ ଗସ୍ତ ପାଇଁ ରାସ୍ତା ବନାଉଥିବା ବେଳେ ରୋଗୀ ଯାଉଥିବା ଆମ୍ବୁଲାନ୍ସକୁ କିଛି ସମୟ ଅଟକାଇବାରୁ ଏପରି ଦଣ୍ଡ ମିଳିଥିବା ସୂଚନା ମିଲିଛି । ରାମନଗର ଆଇଏସବିଟି ନିକଟରେ ୪ମିନିଟ୍ ଆମ୍ବୁଲାନ୍ସକୁ ଅଟକାଇବା ଫଳରେ ସମ୍ପୃକ୍ତ ୪୭ବର୍ଷୀୟ ସିରୋଶିଷ ରୋଗୀ ରାସରାଜ ଚକ୍ରବର୍ତୀଙ୍କର ସିଲଚର ମେଡିକାଲ କଲେଜ ଓ ହସ୍ପିଟାଲରେ ପହଚଂଲା ବେଳକୁ ମୃତ୍ୟୁ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ କାଫିଲା ପାଇଁ ଆମ୍ବୁଲାନ୍ସ ଅଟକିଲା ଏବଂ ଗୁରୁତର ରୋଗୀଙ୍କ ମୃତ୍ୟୁ ଖବର ସୋସିଆଲମିଡିଆରେ ପ୍ରଘଟ ହେଲା ପରେ ଆକ୍ସନ ମୋଡକୁ ଆସିଲେ ନିଜେ ସିଏମ ।
ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେବା ସହ ପରିବାରକୁ କ୍ଷମା ପ୍ରାର୍ଥନା କରିଛନ୍ତିା ଏହା ପରେ ଡ୍ୁ୍ୟଟିରେ ଥିବା ସମ୍ପୃକ୍ତ ୪ ଟ୍ରାଫିକ ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଚି । ଭିଆଇପି ଗତିବିଧି ନାମରେ ସାଧାରଣ ନାଗରିକଙ୍କୁ ଅସୁବିଧାରେ ନପକାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ଥାୟୀ ନିର୍ଦ୍ଦେଶର ଉଲ୍ଲଂଘନ ବୋଲି କହିଛନ୍ତି ନିଜେ ହିମନ୍ତ ବିଶ୍ୱଶର୍ମା । ତେବେ ରୋଗୀଙ୍କ ମୃତ୍ୟୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ରୋଗର ଦୁଭ ର୍ଗ୍ୟଜନକ ପରିଣତି ଏବଂ ଡାକ୍ତରଖାନା ଯିବା ବାଟରେ ଆମ୍ବୁଲାନ୍ସ ଅଟକିବା ଘଟଣା ମଧ୍ୟରେ କୌଣସି ସମ୍ପର୍କ ନଥିଲା । ରୋଗୀ ଜଣଙ୍କ ଯକୃତ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ । ତେଣୁ ଗାଡି ଅଟକାଇବାରୁ ହୋଇଥିବା ବିଳମ୍ବ ସହ କିଛି ସମ୍ପର୍କନାହିଁ । ତଥାପି ଏପରି ଆମ୍ବୁଲାନ୍ସକୁ ଅଟକାଇବାର ନଥିଲା । ଏବଂ ସେଥିପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି କହିଛନ୍ତି ହିମନ୍ତ ବିଶ୍ୱଶର୍ମା । ମୁଖ୍ୟମନ୍ତ୍ରୀଙ୍କ ଆସନରେ ଥିବା ବ୍ୟକ୍ତି କେବଳ ଜଣେ ସେବକ, ଆମର ଏ ନୂଆ ଆସାମରେ ଭିଆଇପି ସଂସ୍କୃତିର କୌଣସି ସ୍ଥାନ ନାହିଁ ବୋଲି ସେ କହିଛନ୍ତି । ତେଣୁ ସାଧାରଣ ଜନତା ଆମ ପାଇଁ ପ୍ରାଥମିକତା । ଆମେ ତାଙ୍କ ପାଇଁ କାମ କରୁଛୁ ବୋଲି କହିଛନ୍ତି । ତେବେ ମୃତକଙ୍କ ସ୍ତ୍ରୀ ତାଙ୍କ ପରିବାରକୁ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ସେପଟେ କାରକଡ୍ ଚଳାଚଳକୁ ନିୟନ୍ତ୍ରଣ କରୁଥିବା ନିର୍ଦ୍ଦେଶାବଳୀକୁ ଅକ୍ଷର ଓ ଆତ୍ମାରେ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ହିମନ୍ତ । ଫଳରେ ଏବେ ନିୟମାବଳୀ ପୁନଃ ଜାରି କରାଯାଇଛି ।
୧. ଜରୁରୀକାଳୀନ ଗାଡିକୁ ପ୍ରାଧାନ୍ୟ ଦିଆଯିବ ।
୨. କାରକେଡ୍ ଅଟକାଇହେବ, ଜରୁରୀକାଳୀନ ଗାଡିକୁ ନୁହେଁ ।
୩. ସାଧାରଣଲୋକ ଆମ ପ୍ରାଥମିକତା
୪. ଉତରଦାୟିତ୍ୱ ନିର୍ଦ୍ଦାରଣ ହେବା ଜରୁରୀ, ଦାୟିତ୍ୱରେ ଥିବା କର୍ମଚାରୀ ଟିକନିଖ ଧ୍ୟାନ ରଖିବେ
୫. କମିବ କାରକେଡ୍ ସାଇଜ୍, କାରକେଡର ଆବଶ୍ୟକତା ଅନୁସାରେ ସୁରକ୍ଷା ଗାଡି ଯିବ
୬. ସିଏମ କାରକେଡ୍ ସହ ବିଧାୟକ, ମନ୍ତ୍ରୀଙ୍କ ଗାଡି ସଂଯୁକ୍ତ ହେବନାହିଁ
୭. ସୁରକ୍ଷା ଗାଡି ଅଲଗା ଅଲଗା ରହିବ
