ନେପାଳ ହିମଲୁଙ୍ଗ ହିମାଲ ବେସ୍ କ୍ୟାମ୍ପରେ ହିମସ୍ଖଳନ, ୧୫ ପର୍ବାତାରୋହୀଙ୍କ ମୃତ୍ୟୁ

ନେପାଳ: ବଢି ଚାଲିଛି ନେପାଳ ହିମସ୍ଖଳନ ମୃତ୍ୟୁ ସଂଖ୍ୟା । ନେପାଳର ହିମଲୁଙ୍ଗ ହିମାଲ ବେସ୍ କ୍ୟାମ୍ପରେ ଭୟାବହ ହିମସ୍ଖଳନ ଘଟି ପ୍ରାୟ ୧୫ ଜଣ ନେପାଳୀ ପର୍ବାତାରୋହୀଙ୍କ ମୃତ୍ୟୁ ହୋଇଛି । ଚଳିତ ପର୍ବତାରୋହଣ ଋତୁରେ ଏହା ଦେଶର ସବୁଠାରୁ ବଡ଼ ଦୁର୍ଘଟଣା । ଉତ୍ତର ନେପାଳର ମାନାଙ୍ଗ ଜିଲ୍ଲାରେ ଥିବା ୭,୧୨୬ ମିଟର ଉଚ୍ଚ ହିମଲୁଙ୍ଗ ହିମାଲ ପର୍ବତର ବେସ୍ କ୍ୟାମ୍ପରେ ଏହି ହିମସ୍ଖଳନ ହୋଇଛି । ବିଦେଶୀ ପର୍ବତାରୋହୀମାନେ ପହଞ୍ଚିବା ପୂର୍ବରୁ ୭,୧୨୬ ମିଟର ଉଚ୍ଚ ଏହି ପର୍ବତର ବେସ୍ କ୍ୟାମ୍ପରେ ବିଶାଳ ବରଫ ଖଣ୍ଡ ଧସି ପଡିବାରୁ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ମୋଟ ୧୬ ଜଣ ସହାୟକ କର୍ମଚାରୀ ବରଫ ତଳେ ପୋତି ହୋଇଯାଇଥିଲେ । ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ହେଲିକପ୍ଟର ଯୋଗେ କାଠମାଣ୍ଡୁ ପଠାଯାଇଛି ।

ଓଖାଲଢୁଙ୍ଗାର ଜଣେ ଶ୍ରମିକ ଏବେ ବି ନିଖୋଜ ଅଛନ୍ତି । ପ୍ରତିକୂଳ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ନିଖୋଜ ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରିବା ଆଶା କ୍ଷୀଣ ଥିବାରୁ ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପାଣିପାଗ ପରିବର୍ତ୍ତନ ଏବଂ ପ୍ରବଳ ବରଫପାତ ଯୋଗୁଁ ଏହି ଅଞ୍ଚଳରେ ହିମସ୍ଖଳନର ବିପଦ ବଢ଼ିଯାଇଛି ।

ad-week
Leave A Reply

Your email address will not be published.