ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ଗାଧୋଇବା ବେଳେ ଅଘଟଣ । ନଦୀରେ ଗାଧୋଇବା ବେଳେ ୨ ନାବାଳକ ନିଖୋଜ । ଅଗ୍ନିଶମ ବାହିନୀ ଦ୍ୱାରା ଖୋଜାଖୋଜି ଜାରି ରହିଛି । ଜଳେଶ୍ବର ଥାନା ଶେଖବାଡ଼ ନିକଟରେ ଘଟିଛି ଅଭାବନୀୟ ଘଟଣା । ଝାଡ଼େଶ୍ୱର ପୁର ଅଂଚଳର ୫ ନାବାଳକ ସାଙ୍ଗ ହୋଇ ସୁବର୍ଣ୍ଣରେଖା ନଦୀରେ ଗାଧୋଇବା ବେଳେ ନଦୀର ଅକାତ କାତ ପାଣିରେ ବୁଡି ଯାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ନାବାଳକ ବୁଡି ଯାଇଥିଲା ବେଳେ ୩ ନାବାଳକ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ଖବର ପାଇ ଜଳେଶ୍ୱର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଖୋଜାଖୋଜି କରୁଛନ୍ତି । ଦୁଇ ନାବାଳକ ହେଲେ ଝାଡ଼େଶ୍ୱର ପୁର ଅଂଚଳର ୧୫ ବର୍ଷର ସାମସେଦ ଓ ଅନ୍ୟଜଣେ ୧୧ ବର୍ଷର ଜିସାନ ।
