ପୂର୍ବ ଶତ୍ରୁତାରୁ ଦୁର୍ଦ୍ଦାନ୍ତ ଅପରାଧୀକୁ ନିର୍ମମ ହତ୍ୟା

ବ୍ରହ୍ମପୁର : ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଅଞ୍ଚଳରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ହତ୍ୟା କରାଯାଇଛି। ଶନିବାର ରାତି ପ୍ରାୟ ୧୨ଟା ବେଳେ ଟୁନା ନାୟକ ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ତାର ସାଙ୍ଗ ବିଟୁ ସାହୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛି। ମୃତ ଟୁନା ନାମରେ ୮ ଟି ମାମଲା ରହିଥିଲା ବୋଲି ବ୍ରହ୍ମପୁର ଏସପି କହିଛନ୍ତି। ଗତକାଲି ରାତିରେ ଉଭୟ ମୃତକ ଓ ହତ୍ୟାକାରୀ ସହ ଆଉ ୨ ଜଣ ମିଶି ଏକ ଜାଗାରେ ବସିଥିଲେ। କୌଣସି କଥାକୁ କେନ୍ଦ୍ର କରି ଟୁନା ନାୟକ ପ୍ରଥମେ ବିଟୁକୁ ଚାପୁଡ଼ା ମାରିଥିଲା।

ଏଥିରେ ଉତକ୍ଷିପ୍ତ ହୋଇ ବିଟୁ ନିଜ ସ୍କୁଟି ଭିତରୁ ଏକ ଧରୁଆ ଅସ୍ତ୍ର ବାହାର କରି ଟୁନାକୁ ଆକ୍ରମଣ କରିଥିଲା। ହତ୍ୟା କରିବା ପରେ ସେ ନିଜ ସ୍କୁଟି ସହ ଫେରାର ହେଇ ଯାଉଥିଲା। ରାସ୍ତାରେ ନିମାଖଣ୍ଡି ପୁଲିସ ବିଟୁକୁ ଦେଖି ସନ୍ଦେହରେ ପଚରା ଉଚରା ପରେ ସେ ଆକ୍ରମଣ କରିଥିବା ଜଣାଇଥିଲା। ଏହା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ଟୁନାକୁ ଉଦ୍ଧାର କରି ମେଡିକାଲ ନେଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ବିଟୁକୁ ଗିରଫ କରିଛି। କେଉଁ କାରଣରୁ ଗଣ୍ଡଗୋଳ ହେଲା ସେ ନେଇ ତଦନ୍ତ ଜାରି ରହିଥିବା ଏସପି କହିଛନ୍ତି।

ad-week
Leave A Reply

Your email address will not be published.