ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ; CISF ଯବାନ ଗିରଫ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ସୋସୋ ଥାନା ଅଞ୍ଚଳରେ ଜଣେ ୨୨ ବର୍ଷୀୟା କଲେଜ ଛାତ୍ରୀଙ୍କୁ ଏକ ହୋଟେଲକୁ ଡ଼ାକିନେଇ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ମାଣ୍ଡୁକାଟି ଗ୍ରାମର ରଶ୍ମୀ ରଞ୍ଜନ ସେଠୀ (୨୯)ଙ୍କୁ ଗିରଫ କରିଛି । ରଶ୍ମୀ ରଞ୍ଜନ ସିଆଇଏସ୍‌ଏଫର ଯବାନ ଭାବେ ତାମିଲନାଡ଼ୁରେ କାର୍ଯ୍ୟରତ ଅଛନ୍ତି।

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଏହି ଘଟଣା ଗୁରୁବାର ସକାଳେ ଘଟିଥିଲା। ଯୁକ୍ତ ୩ ଛାତ୍ରୀ ଜଣକ କଲେଜ ବସ୍ ଧରିବା ପାଇଁ ତାଙ୍କ ବାପାଙ୍କ ସହ ଛେନାପାଡ଼ି ଛକକୁ ଆସିଥିଲେ । ସେଠାରେ ତାଙ୍କ ବାପା ତାଙ୍କୁ ବସରେ ବସାଇ ଚାଲିଯାଇଥିଲେ।ଯୁବତୀ ଜଣକ ବସରେ ଯାଉଥିବା ବେଳେ ପଡ଼ୋଶୀ ଗ୍ରାମର ବାସିନ୍ଦା ରଶ୍ମୀ ରଞ୍ଜନ ତାଙ୍କୁ ଅଟକାଇଥିଲେ ଏବଂ କିଛି କାମ ବାହାନାରେ ବସରୁ ଓହ୍ଲାଇ ନେଇ ହାଟଡିହି ବ୍ଲକର ଶାଳବାଣୀ ଛକ ନିକଟସ୍ଥ ଏକ ହୋଟେଲକୁ ନେଇଯାଇଥିଲେ, ଯେଉଁଠାରେ ସେ ଏହି ଅପରାଧ ଘଟାଇଥିବା ଅଭିଯୋଗ ହୋଇଛି।

ଏହି ଘଟଣା ପରେ ଛାତ୍ରୀ ଜଣକ ତାଙ୍କ ପରିବାରକୁ ଫୋନ୍ କରିଥିଲେ। ତାଙ୍କ ବାପା ଜଣେ ଗ୍ରାମବାସୀଙ୍କ ସହ ହୋଟେଲରେ ପହଞ୍ଚି ତାଙ୍କୁ ସୁରକ୍ଷିତ ଭାବେ ଘରକୁ ନେଇ ଆସିଥିଲେ। ପରବର୍ତ୍ତୀ ସମୟରେ ସେ ନିଜ ପରିବାର ସହ ମିଶି ସୋସୋ ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିଥିଲେ। ଏହା ପରେ ଶନିବାର ଦିନ ସେଠୀଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା। ପୋଲିସ ସୂଚନା ଦେଇଛି ଯେ ଘଟଣା ସମୟରେ ଅନ୍ୟ ଜଣେ ଯୁବକ ରଶ୍ମୀ ରଞ୍ଜନଙ୍କ ସହ ଥିଲେ। ସେ ବର୍ତ୍ତମାନ ଫେରାର ଅଛି। ତେବେ ଏନେଇ ଯବାନଙ୍କୁ ଗିରଫ କରାଯିବା ସହ ତଦନ୍ତ ଚାଲିଛି।

ad-week
Leave A Reply

Your email address will not be published.