ସ୍କୁଲ୍‌ ହଷ୍ଟେଲରେ ସର୍ପାଘାତ; ଜଣେ ଛାତ୍ର ମୃତ, ଆଉ ଜଣେ ଗୁରୁତର

ପିପିଲି: ସ୍କୁଲ୍‌ ହଷ୍ଟେଲରେ ୨ ଛାତ୍ରଙ୍କୁ କାମୁଡ଼ିଲା ସାପା ସାପ ଦଂଶନରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଡେଲାଙ୍ଗ ମୁନିଦା ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ଏହି ଅଭାବନୀୟ ଘଟଣା ଘଟିଥିବା ଖବର ରବିବାର ସାମ୍ନାକୁ ଆସିଛି। ରାତିରେ ଶୋଇଥିଲା ବେଳେ ଏକ ବିଷାକ୍ତ ସାପ ଛାତ୍ରଙ୍କୁ କାମୁଡ଼ି ଥିଲା। କାମୁଡ଼ିଥିବା ସାପକୁ ଉଦ୍ଧାର କଲେ ସ୍ନେକ୍‌ ହେଲ୍ପଲାଇନ ସଦସ୍ୟ। ଏହି ଘଟଣାରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ad-week
Leave A Reply

Your email address will not be published.