ଗଛରେ ପିଟି ହୋଇ ରାସ୍ତାକଡ଼କୁ ଖସିଲା OSRTC ବସ୍, ଅଳ୍ପକେ ବର୍ତ୍ତିଲେ ୪0ରୁ ଅଧିକ ଯାତ୍ରୀ

କଟକ : ରାସ୍ତାକଡ଼କୁ ଖସିଲା OSRTC ବସ୍ । ଅଳ୍ପକେ ବର୍ତ୍ତିଲେ ୪0ରୁ ଅଧିକ ଯାତ୍ରୀ । କଟକ ଜିଲ୍ଲା ବାଙ୍କୀରୁ ବ୍ରହ୍ମପୁରା ଦେଇ ପୁଇଞ୍ଚା ଯାଉଥିବା OSRTC ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଭେଡା ଦୁର୍ଗାପୁର ଶବର ସାହି ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଥିଲା । ବସରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ୪୦ରୁ ଅଧିକ ଯାତ୍ରୀ । ଆହତକଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।  ରାସ୍ତାକଡ଼କୁ ଖସିଲା OSRTC , ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ad-week
Leave A Reply

Your email address will not be published.