ତେଲ ପରିବହନ ନାଁରେ ବେଆଇନ୍ ଗୋ-ଚାଲାଣ, ଟ୍ୟାଙ୍କର ଭିତରୁ ୨୦ରୁ ଅଧିକ ଗୋରୁ ଉଦ୍ଧାର

ମୟୂରଭଞ୍ଜ : ଅଭିନବ ଉପାୟରେ ତେଲ ପରିବହନ ନାଁରେ ଚାଲିଥିଲା ଗୋ ଚାଲାଣ  ।  ତେଲ ଟ୍ୟାଙ୍କର ଭିତରେ ବେଆଇନ ଭାବେ ଗୋ-ଚାଲାଣ ।  ମୟୂରଭଞ୍ଜ ବାଙ୍ଗିରିପୋଷିରୁ ଗାଡ଼ି ଜବତ ହୋଇଥିବା ବେଳେ ଡ୍ରାଇଭର ଓ ହେଲପର ଅଟକ ।  ବିଶୋଇ ପଟୁ କଳାବାଡ଼ିଆ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ୟାଙ୍କରକୁ ନେଇ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା ।

ସ୍ଥାନୀୟ ଲୋକେ ଗାଡ଼ିଟିକୁ ପିଛା କରିବା ସହ ବାଙ୍ଗିରିପୋଷି ଥାନାକୁ ଖବର ଦେଇଥିଲେ ।  ସୂଚନା ପାଇ ପୋଲିସ ତୁରନ୍ତ ପୁନାସିଆ ରେଲୱେ ଗୋଳା ପୋଲ ନିକଟରେ ଟ୍ୟାଙ୍କରକୁ ଅଟକାଇ ଜବତ କରିଥିଲା ।  ଟ୍ୟାଙ୍କର ଭିତରେ ୨୦ରୁ ଅଧିକ ଗୋରୁ ଗାଈ ଥିଲେ ।  ଘଟଣାରେ ଟ୍ୟାଙ୍କରର ଡ୍ରାଇଭର ଓ ହେଲପରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।  ଗୋରୁଗୁଡ଼ିକୁ କେଉଁଠାରୁ କେଉଁଠିକୁ ନିଆଯାଉଥିଲା  ।  ଚାଲାଣ ପଛରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ।  ସେନେଇ ପୋଲିସ ତଦନ୍ତ ଚଳାଇଛି।

ad-week
Leave A Reply

Your email address will not be published.