ଭୁବନେଶ୍ବର: OAS ଅଧିକାରୀ ସ୍ତରରେ ଅଦଳବଦଳ । ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ । ତ୍ରିଲୋଚନ ମହାନ୍ତିଙ୍କୁ ଭୁବନେଶ୍ବରସ୍ଥିତ ROTIର ଯୁଗ୍ମ ସଚିବ ଭାବେ ନୂଆ ନିଯୁକ୍ତି କରାଯାଇଛି । ଗୀତାଞ୍ଜଳି ନାୟକଙ୍କୁ E&IT ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ଦିଆଯାଇଛି । କୁକୁମିନା ଦାସଙ୍କୁ PD, R&R, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଦାୟିତ୍ବ ପ୍ରଦାନ କରାଯାଇଛି ।
ଏହି ଅଦଳବଦଳ ଅନୁସାରେ ତ୍ରିଲୋଚନ ମହାନ୍ତିଙ୍କୁ ଭୁବନେଶ୍ୱରସ୍ଥିତ ROTIର ଯୁଗ୍ମ ସଚିବ ଭାବେ ନୂଆ ନିଯୁକ୍ତି ମିଳିଛି । ସେ ଏଣିକି ROTIର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ତୁଲାଇବେ । ଅନ୍ୟପଟେ ଗୀତାଞ୍ଜଳି ନାୟକଙ୍କୁ E&IT ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ପ୍ରଦାନ କରାଯାଇଛି । OAS ଅଧିକାରୀ ସ୍ତରରେ ଏହି ଅଦଳବଦଳ ପରେ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଛି । ବିଭିନ୍ନ ବିଭାଗରେ ନୂଆ ଦାୟିତ୍ୱ ପାଇଥିବା ଅଧିକାରୀମାନେ ନିଜ ଅଭିଜ୍ଞତାକୁ କାମରେ ଲଗାଇ ବିଭାଗୀୟ କାର୍ଯ୍ୟକୁ ଆଗକୁ ନେବେ ବୋଲି ଆଶା କରାଯାଉଛି ।
