ମୁଖ୍ୟମନ୍ତ୍ରୀ 3S ଫର୍ମୁଲା ; ରାଜ୍ୟ ସୂଚନା ସେବା ଅଧିକାରୀଙ୍କୁ ଟାସ୍କ, ସୋସିଆଲ ମିଡିଆର କର ସଠିକ ବ୍ୟବହାର

ଭୁବନେଶ୍ୱର ୦୯।୧୦ : ସୂଚନା ସେବାରେ ଓଡ଼ିଶା ପଛରେ, ସୋସିଆଲ ମିଡିଆରେ ଆଗେଇବାକୁ ରାଜ୍ୟ ସୂଚନା ସେବା ଅଧିକାରୀଙ୍କୁ ଟାସ୍କ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କହିଲେ, କଣ୍ଟେଣ୍ଟ ଉପରେ ଫୋକସ କର । ନକାରାତ୍ମକ ନୁହେଁ, ସକାରାତ୍ମକ ଖବର ପ୍ରସାରଣ ଉପରେ ଗୁରୁତ୍ବ ଦିଅ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ସମୟରେ AI, ChatGPTର ସହଯୋଗ ନେବା ଜରୁରୀ, କିନ୍ତୁ ଏହାର ସଦୁପଯୋଗ ହେବା ଦରକାର । ଡିପଫେକର କୁପ୍ରଭାବ ରୋକିବା ଉପରେ ଧ୍ୟାନ ଦେବାକୁ ହେବ । ସୋସିଆଲ ମିଡିଆ ଜରିଆରେ ଲୋକେ କଣ କହୁଛନ୍ତି, ସେମାନଙ୍କ ମତାମତକୁ ଗୁରୁତ୍ବ ଦିଅ । ଯୁବପିଢ଼ି, ବିଶେଷ କରି Gen-Z ଏବେ ସୋସିଆଲ ମିଡିଆରେ ବହୁ ଆଗରେ । ସେମାନଙ୍କୁ ଟାର୍ଗେଟ କରି ‘ଇମର୍ଜିଂ ଟ୍ରେଣ୍ଡ ଇନ୍ ସୋସିଆଲ ମିଡିଆ’ ଉପରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।3S ଫର୍ମୁଲାରେ ସଠିକ ଖବର, ଶୀଘ୍ର ଏବଂ ସରଳ ହେବା ଦରକାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ମୁଖ୍ୟମନ୍ତ୍ରୀ ଆହୁରି ବି କହିଛନ୍ତି ଯେ, ସୂଚନା ଅଧିକାରୀଙ୍କ କାମ କେବଳ ପ୍ରେସ ବିଜ୍ଞପ୍ତି ଦେବା ନୁହେଁ । ସରକାର ଓ ଲୋକଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିବା ସେମାନଙ୍କର ପ୍ରମୁଖ ଦାୟିତ୍ବ ।ସରକାରଙ୍କ ଯୋଜନା କିଭଳି ତଳସ୍ତରରେ ପହଞ୍ଚିବ ଓ ସାଧାରଣ ଲୋକ କିଭଳି ଲାଭାନ୍ବିତ ହେବେ, ସେଥିରେ I &PR ବିଭାଗର ବଡ଼ ଭୂମିକା ରହିଛି । ଖୁବ କମ ସମୟରେ ଯୋଜନା ଲୋକଙ୍କ ପାଖରେ ପହଞ୍ଚିବା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ad-week
Leave A Reply

Your email address will not be published.