ଋଷ ସହ ଜରୁରୀ ବୈଠକ ଦାବି କଲା ୟୁକ୍ରେନ, ନିବେଦନକୁ ପ୍ରତ୍ୟାଖାନ କଲା ମୋସ୍କୋ

add-all

ନୂଆଦିଲ୍ଲୀ,୧୪/୦୨: ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧ ସ୍ଥିତି । ତିନି ପଟୁ ୟୁକ୍ରେନକୁ ଘେରିସାରିଛି ଋଷ ସେନା । ଆମେରିକା, ନାଟୋ ଏବଂ ମିତ୍ରରାଷ୍ଟ୍ରଙ୍କ ଠାରୁ ସହାୟତା ଆଶାରେ ରହିଛି ୟୁକ୍ରେନ । ସୀମାରେ ବଢୁଥିବା ଯୁଦ୍ଧ ସ୍ଥିତି ଭିତରେ କିଭ୍, ଋଷ ଏବଂ ଏକ ଡର୍ଜନରୁ ଅଧିକ ୟୁରୋପୀୟ ଦେଶ ଗୁଡିକ ସହ ଜରୁରୀକାଳୀନ ବୈଠକ ପାଇଁ ନିବେଦନ କରିଛି।

ୟୁକ୍ରେନର ବୈଦଶିକ ବ୍ୟାପାର ମନ୍ତ୍ରୀ ଡମଟ୍ରୋ କୁଲେବା ସାମାଜିକ ଗଣମାଧ୍ୟମ ଫେସବୁକରେ ପୋଷ୍ଟ କରି କହିଛନ୍ତି, ଗତ ରବିବାର ଋଷ ୟୁକ୍ରେନର ଏକ ନିବେଦନକୁ ଅଣଦେଖା କରିଛି । ମୋସ୍କୋ କାହିଁକି ୟୁକ୍ରେନ ସୀମାରେ ଏକ ଲକ୍ଷ ଯବାନ ଏବଂ ଯୁଦ୍ଧାସ୍ତ୍ର ମୁତୟନ କରିଛି ତାହା ଜାଣିବା ପାଇଁ କିଭ୍ ନିବେଦନ କରିଥିଲା। କିନ୍ତୁ ମୋସ୍କୋ ଏହାକୁ ଅଣଦେଖା କରିଛି।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ୟୁକ୍ରେନ, ମୋସ୍କୋ ଏବଂ ଅନ୍ୟ ସଦସ୍ୟ ଦେଶ ଗୁଡିକ ସହ ଋଷ ସୈନ୍ୟଙ୍କ ଗତିବିଧି ବାବଦରେ ଆଲୋଚନା କରିବ। ୧୯୯୦ ଭିଏନା ରାଜିନାମା ଅନୁସାରେ, OSCEର ୫୭ ସଦସ୍ୟ ରାଷ୍ଟ୍ର ନିଜରି ସୈନ୍ୟ ଗତିବିଧି ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବାବଦରେ ସରସ୍ପରକୁ ଅଗବତ କରାଇଥାନ୍ତି । ତେବେ କିଭ୍ର ନିବେଦନ ଉପରେ ମୋସ୍କୋ କୌଣସି ପ୍ରତିକ୍ରିୟା ଦେଇନାହିଁ।

ad-week
Leave A Reply

Your email address will not be published.