ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୧ ଜିଲ୍ଲାକୁ ଗଲେ ପୋଲିଂ ପାର୍ଟି

add-all

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି । ସୋମବାର ୧୧ ଜିଲ୍ଲାକୁ ପୋଲିଂ ପାର୍ଟି ଯାଇଥିବା ବେଳେ ମଙ୍ଗଳବାର ୧୯ଟି ଜିଲ୍ଲାକୁ ପୋଲିଂ ପାର୍ଟି ଯିବେ । ୧୬ ତାରିଖ ଦିନ ସକାଳ ୭ରୁ ୧ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ । ଭୋଟରମାନେ କିପରି ଭୋଟ୍ ଦେବେ ସେ ନେଇ ଅବଗତ କରାଇଲେ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ।

ପ୍ରତିଦ୍ବନ୍ଦିତା କରୁଥିବା ଏକାଧିକ ପ୍ରାର୍ଥୀଙ୍କୁ ଭୋଟ୍ ଦେଲେ ତାହା ନାକଚ ହେବ । ୧୦ ଚିହ୍ନ ବିଶିଷ୍ଟ ବାଲାଟ ପେପର ବ୍ୟବହାର ହେଉଥିବାରୁ ଯେଉଁ ଚିହ୍ନରେ କେହି ପ୍ରାର୍ଥୀ ନଥିବେ ଏବଂ ତାହା ଫୋଲଡ଼ ହୋଇ ରହିଥିବ ସେହି ଚିହ୍ନରେ ଯଦି ମତଦାତା ଭୋଟ୍ ଦେଇଥିବେ। ତେବେ ତାହା ନାକଚ ହେବ ନାହିଁ। କାରଣ ସେ ଚିହ୍ନରେ କେହି ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁନାହାନ୍ତି । ତେଣୁ ତାହା ନାକଚ ହେବ ନାହିଁ ବୋଲି ଭିଡିଓ ମାଧ୍ୟମରେ ଅବଗତ କଲେ ସଚିବ ।

ad-week
Leave A Reply

Your email address will not be published.