ଆରଡେଇ ନଦୀରେ ବୁଡ଼ିଗଲେ ଦୁଇ ଭାଇ: ଜଣଙ୍କର ମୃତଦେହ ଉଦ୍ଧାର, ଆଉ ଜଣେ ନିଖୋଜ

ଯୋଡ଼ା : ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭାଇ ।  କେନ୍ଦୁଝର ଝୁମ୍ପୁରା ଥାନା ତେଲି ଅର୍ଶଳା ଗାଁ ମୁସଲିମ ବସ୍ତିରେ ଅଘଟଣ ।  ମହମ୍ମଦ ମହିବୁର ରହେମନଙ୍କ ଦୁଇ ନାବାଳକ ସମେତ ସେହି ଗାଁର ଅନ୍ୟଜଣେ ନାବାଳକ ଆରଡେଇ ନଦୀକୁ ଗାଧେଇବାକୁ ଯାଇଥିଲେ ।  ଅସାବଧାନତାରୁ ୩ ଜଣ ନଦୀରେ ବୁଡ଼ି ଯାଇଥିଲେ ।  ଘଟଣାସ୍ଥଳରେ ଖୁମ୍ପୁରା ପୋଲିସ ସମେତ ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ମହମ୍ମଦ ମହିବୁରଙ୍କ ସାନ ପୁଅର ମୃତଦେହ ଉଦ୍ଧାର କରିବା ସହ ପଡୋଶୀ ନାବାଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ।  କିନ୍ତୁ ବଡପୁଅ ଅହମ୍ମଦର ଏଯାଏ ପତ୍ତା ମିଳିନାହିଁ ।

ad-week
Leave A Reply

Your email address will not be published.