ଜେଲ ଗଲେ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ

ସୁନ୍ଦରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଳ ବିଭାଜିକା ପ୍ରକଳ୍ପର ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ର। ତାଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏହି ଘଟଣା ସରକାରୀ ଅଧିକାରୀଙ୍କ ସମ୍ପତ୍ତି ଠୁଳକୁ ନେଇ ପୁଣିଥରେ ଚର୍ଚ୍ଚା ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ପ୍ରସନ୍ନ କୁମାର ପାତ୍ରଙ୍କ ସମ୍ପତ୍ତି ଠୁଳ ଅଭିଯୋଗକୁ ନେଇ ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର, ସୁନ୍ଦରଗଡ଼ ଓ କଟକର ମୋଟ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ତାଙ୍କ ସହ ସମ୍ପୃକ୍ତ ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ସମ୍ପତ୍ତିର ତଥ୍ୟ ମିଳିଥିବା ଜଣାପଡ଼ିଛି।

ଭିଜିଲାନ୍ସ ଚଢ଼ାଉ ବେଳେ ପ୍ରାୟ ୧ କୋଟି ୪୬ ଲକ୍ଷ ଟଙ୍କାର ଜମାରାଶି ଏବଂ ୨୧୧ ଗ୍ରାମ୍‌ ସୁନା ଠାବ ହୋଇଥିବା ସୂଚନା ମିଳିଛି।ଏହା ସହ ଭୁବନେଶ୍ୱରରେ ୪ଟି ବହୁତଳ କୋଠା ଓ ଗୋଟିଏ ଫ୍ଲାଟ୍‌ ଥିବା ଜଣାପଡ଼ିଛି। ଏଥିସହ ଭୁବନେଶ୍ୱର ଉପକଣ୍ଠରେ ୭ଟି ଦାମୀ ପ୍ଲଟ୍‌ ମଧ୍ୟ ଠାବ କରାଯାଇଛି।

ad-week
Leave A Reply

Your email address will not be published.