ଆରମ୍ଭ ହେଲା ମା’ ବିରଜାଙ୍କ ରଥଯାତ୍ରା

ଯାଜପୁର: ଆରମ୍ଭ ହେଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା । ମା ବିରଜାଙ୍କର ନବଦିବସୀୟ ରଥଯାତ୍ରା ପାଇଁ ଉତ୍ସବ ମୁଖର ହୋଇପଡିଛି ସମଗ୍ର ଅଂଚଳ । ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ରଙ୍କ ତତ୍ତ୍ବାବଧାନରେ ପୁରୋଧା ଜ୍ଞାନରଞ୍ଜନ ପତି, ସରୋଜ ପତି ପ୍ରମୁଖ ପାରମ୍ପରିକ ଋତି ନିତି ଅନୁଯାୟୀ ରଥ ପୂଜା ଆରମ୍ଭ କରିବା ପରେ ରଥପ୍ରତିଷ୍ଠା କରାଯାଇଥିଲା । ପରେ ମାଆଙ୍କ ଚଳନ୍ତି ପ୍ରତିମାଙ୍କୁ ରଥାରୁଢ଼ କରାଯାଇ ରଥା ଟଣା ଯାଇଥିଲା ।

ତେବେ  ଏହି ନବରାତ୍ର ପାଇଁ ଚଳଚଞ୍ଚଳ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ । ଭାରତ ବର୍ଷର ୫୧ଟି ଶକ୍ତିପୀଠ ମଧ୍ୟରୁ ମା ବିରଜାଙ୍କ ପୀଠ ଅନ୍ୟତମ । ସୂଚନା ଥାଉକି, ଗତକାଲି ଠାରୁ ମା ବିରଜାଙ୍କର ନବଦିବସୀୟ ରଥଯାତ୍ରା ଆରମ୍ଭ ହୋଇ ଥିବା ବେଳେ ଏହି ନଅ ଦିନ ମାଙ୍କ ଗର୍ଭ ଗୃହରେ ଭକ୍ତ ମାନଙ୍କୁ ପ୍ରବେଶ କରି ମାଙ୍କ ମୁଖ ଦର୍ଶନ ସହ ପାଦ ସ୍ପର୍ଶ କରିବାକୁ ସୁଯୋଗ ମିଳିଥାଏ । ଏଥି ପାଇଁ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ଅଂଚଳ ।

ମାଙ୍କ ଷୋଡଶ ଉପଚାର ପୂଜା ଜାରି ରହିଥିବା ବେଳେ ଏହି ଦୁର୍ଲଭ ଦର୍ଶନ ପାଇଁ ଭକ୍ତ ମାନଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ଅପରାହ୍ନ ରେ ମାଙ୍କ ଚଳନ୍ତି ପ୍ରତିମାଙ୍କୁ ରଥାରୁଢ଼ କରାଯାଇ ରଥା ଟଣା କାର୍ଯ୍ୟ ଅନୁଷ୍ଠିତ ହେବ । ମାଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।

ad-week
Leave A Reply

Your email address will not be published.