ଚମ୍ପୁଆ ରେଞ୍ଜରେ ୪୩ ଟିକିଆ ହାତୀପଲ ଆତଙ୍କ, ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ

ଯୋଡ଼ା: ଚମ୍ପୁଆ ରେଞ୍ଜରେ ୪୩ ଟିକିଆ ହାତୀପଲ । ଚାରି ଭାଗରେ ବିଭକ୍ତ ହୋଇ ମଚାଇଛନ୍ତି ଉତ୍ପାତ । ଚମ୍ପୁଆ ରେଞ୍ଜରେ କିଛିଦିନ ହେବ ୨୫ ଟିକିଆ ହାତୀପଲ ଡେରା ପକାଇବା ସହିତ ଫସଲ ନଷ୍ଟ କରି ଚାଲିଛନ୍ତି । ପୂର୍ବରୁ ୨୫ ଟିକିଆ ହାତୀପଲ ଥିବା ବେଳେ ଆଜି ସକାଳୁ ଚାରିଭାଗରେ ୪୩ ଟିକିଆ ହାତୀପଲ ଦେଖିବାକୁ ମିଳିଛି । ଚମ୍ପୁଆ ରେଞ୍ଜର ବିଭିନ୍ନ ସେକ୍ସନରେ ଚାରି ଭାଗରେ ବିଭକ୍ତ ହୋଇ ହାତୀ ପଲ ବ୍ୟାପକ କ୍ଷୟକ୍ଷତି କରିବା ସହ ଲୋକଙ୍କ ନିଦ ହଜାଇ ଦେଇଛନ୍ତି । ଘର ଭାଙ୍ଗିବା ସହିତ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ଯାହା ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଚମ୍ପୁଆ ରେଞ୍ଜର ଉଖୁଣ୍ଡା ସେକ୍ସନରେ ୨୬ ଟିକିଆ ହାତୀପଲ କୁସୁମନାଳି ଜଙ୍ଗଲରେ ଥିବା ବେଳେ ସନ୍ଧ୍ୟା ହେଲା ମାତ୍ରେ ଗାଁ ମୁହାଁ ହୋଇ ଆଖ ପାଖ ଗାଁରେ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଚମ୍ପୁଆ ସେକ୍ସନର ରଜିଆ ଜଙ୍ଗଲରେ ଗୋଟିଏ ହାତୀ ରହିଛି । ବାଲିବନ୍ଧ ସେକ୍ସନର ଚମକପୁର ଜଙ୍ଗଲରେ ୧୦ ଟିକିଆ ହାତୀ ପଲ ଦୀର୍ଘ ଦିନ ହେବ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ସେହିଭଳି ସାନଯୋଡ଼ା ଗାଁରେ ୬ ଟିକିଆ ହାତୀପଲ ଉତ୍ପାତ ମଚାଇଛନ୍ତି । ବନ ବିଭାଗର ବିଫଳତା ଯୋଗୁ ହାତୀପଲ ଚମ୍ପୁଆ ରେଞ୍ଜ ଛାଡ଼ି ଯାଉନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।

ad-week
Leave A Reply

Your email address will not be published.