ସୋର: ସ୍କୁଲରେ ଶିକ୍ଷକ ଅଭାବକୁ ନେଇ ତେଜିଲା ଅସନ୍ତୋଷ। ଜଣେ ନିୟମିତ ପ୍ରଧାନ ଶିକ୍ଷକଙ୍କ ସମେତ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବିରେ ବିକ୍ଷୋଭ । ବାଲେଶ୍ବର ଜିଲ୍ଲା ସୋର ବ୍ଲକ କଣ୍ଟାବାଙ୍କୀ ମାର୍କଣ୍ଡ ଚନ୍ଦ୍ର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବା ନେଇ ଚେତାବନି । ମାତ୍ର ତିନି ଜଣ ଶିକ୍ଷୟିତ୍ରୀଙ୍କ ଭରସାରେ ଚାଲିଛି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ।
ଫଳରେ ପିଲାଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି । ଖବର ପାଇ ସିଆରସିସି ଅଶେଷ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଥିଲେ । ଧାରଣା ସମ୍ପର୍କରେ ବିଇଓଙ୍କୁ ଅବଗତ କରାଇଥିବା ସେ କହିଛନ୍ତି।ଶିକ୍ଷକ ଅଭାବ ଯୋଗୁ ପିଲାଙ୍କ ଭବିଷ୍ୟତ ଯେମିତି ଅନ୍ଧକାର ନହୁଏ ସେନେଇ ରହିଛି ନଜର ।
