କୋରାପୁଟ 16/10/26:–ଜ଼ିଲ୍ଲାର କୋଟପାଡ଼ ମହାବିଦ୍ୟାଳୟ ସଂସଦ ନିର୍ବାଚନ ଫଳ ଘୋଷଣା ହେବା ପରେ ଏ ବି ଭି ପି ସମର୍ଥିତ ପ୍ରାର୍ଥୀ ଲକ୍ଷ୍ମୀଧର ମାଝୀ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି l ସେହିପରି ଉପ ସଭାପତି ଭାବେ ଅନୁଷ୍କା ପୂଜାରୀ, ସାଧାରଣ ସମ୍ପାଦକ ଚନ୍ଦନ ବିଶୋଇ, ସହ ସାଧାରଣ ସମ୍ପାଦକ ପ୍ରତିମା ସାଆନ୍ତା, ନାଟ୍ୟ ସଂସଦ ସମ୍ପାଦକ ଭାବେ ଅଭୟ ଶିରା ନିର୍ବାଚିତ ହୋଇଥିବା ସୂଚନା ମିଳିଛି l ନିର୍ବାଚନ ଶାନ୍ତି ଶୃଙ୍ଖଳା ଭାବେ ଶେଷ ହୋଇଛି l ଆଠ ବର୍ଷ ପରେ ମହାବିଦ୍ୟାଳୟରେ ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ମାନଙ୍କ ମଧ୍ୟରେ ଅପାର ଉତ୍ସାହ ଦେଖିବାକୁ ମିଳିଥିଲା l ଏହି ନିର୍ବାଚନରେ ରାଜନୈତିକ ଦଳଗୁଡିକ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବେ ଜଡିତ ହୋଇ ସମର୍ଥନ କରିଥିବା ପ୍ରାର୍ଥଙ୍କୁ ଜିତାଇବାକୁ ପୁରା ଦମ ଲଗାଇଥିବା ଜଣାପଡିଛି l ସଂସଦ ନିର୍ବାଚନୀ ମୋଇଦାନରେ ବି ସି ଜେ ଡି, ଏ ବି ଭିପି ଏବଂ ଏନ ଏସ ୟୁ ଆଇ ଦଳ ମାନଙ୍କ ସମର୍ଥିତ ପ୍ରାର୍ଥୀ ମାନେ ନିର୍ବାଚନ ଲଡ଼ିଥିଲେ l
