ଅଟୋକୁ ଧକ୍କା ଦେଲା ଟ୍ରକ୍, ୭ ଯାତ୍ରୀ ଗୁରୁତର

puja26

ମୟୂରଭଞ୍ଜ: ବାରିପଦା ସହର ପାଲବଣିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଟୋ ଉପରେ ମାଡ଼ିଗଲା ଟ୍ରକ୍ । ୭ ଗୁରୁତର । ଆହତମାନଙ୍କୁ ବାରିପଦା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୧୮ ନମ୍ବର ଜାତୀୟ ରାଜପଥ ସର୍ଭିସ ରୋଡରେ ଏକ ଯାତ୍ରୀବାହୀ ଅଟୋ ଯାଉଥିବା ବେଳେ ଏକ ଟ୍ରକ୍ ଧକ୍କା ଦେଇଥିଲା । ଅଟୋରେ ଥିବା ଡ୍ରାଇଭର ସମେତ ସମସ୍ତ ୭ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସାଳୟ ରେ ଭର୍ତ୍ତି କରିଛନ୍ତି । ବାରିପଦା ଟାଉନ୍ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।

ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ଆହତମାନଙ୍କୁ ଚିକିତ୍ସା ପାଇଁ ବାରିପଦା ଚିକିତ୍ସାଳୟକୁ ପଠାଇଥିଲେ। ଏହି ଦୁର୍ଘଟଣାକୁ ନେଇ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି। ଜାତୀୟ ରାଜପଥର ସର୍ଭିସ ରୋଡ୍‌ରେ ଯାନବାହନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ କରିବା କେତେ ଜରୁରୀ, ଏହି ଘଟଣା ପୁଣିଥରେ ତାହା ମନେ ପକାଇ ଦେଇଛି ।

ad-week
Leave A Reply

Your email address will not be published.