
ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରୁ ମାରିଜୁଆନା ଜବତ । ବ୍ୟାଙ୍କକରୁ ଭୁବନେଶ୍ୱର ଚାଲାଣ ବେଳେ ଧରାପଡ଼ିଲା । ବିଦେଶୀ ନିଶା ଚାଲାଣ ବେଳେ ଜବତ କଲା DRI । କୁକୁର ଖାଦ୍ୟରେ ଆସୁଥିଲା ମାରିଜୁଆନା । ପାଞ୍ଚ କେଜିରୁ ଅଧିକ ହାଇଡ୍ରୋପୋନିକ ଓ୍ବିଡ ବା ମାରିଜୁଆନା ଜବତ କଲା ଡିଆରଆଇ । ଲଗେଜର ସିକ୍ରେଟ ଚାମ୍ବର କରି ମାରିଜୁଆନା ଚାଲାଣ ବେଳେ ଧରିଲା ଡିଆରଆଇ ।
ଦୁଇ କୋଟି ଟଙ୍କାର ବିଦେଶୀ ନିଶାକୁ ଜବତ କରିଛି କଷ୍ଟମସ ଓ ଡିଆରଆଇ ଟିମ୍ । ଚାରି ଗ୍ରାହକଙ୍କ ଠାରୁ ବିପୁଳ ପରମିଣର ମାରିଜୁଆ ଧରାପଡିଛି । ଏହି ଅପରେସନରେ ସହଯୋଗ କରିଛି କେ-୯ ଡଗ ସ୍କ୍ବାଡ । ସର୍ଚ୍ଚ ବେଳେ ଏଭଳି ମାରିଜୁଆନା ଜବତ କରିଛି ଡିଆରଆଇ ଟିମ୍ । ଭୁବନେଶ୍ୱର ଦେଇ ଅନ୍ୟ ସହରକୁ ଚାଲାଣ ପାଇଁ ଯୋଜନା ଥିଲା । ଚାରି ଜଣଙ୍କୁ ଅଟକ ରଖି ପଚରା କରୁଛି DRI ।
